ଓଡ଼ିଶା

ଡେଙ୍ଗାଉସ୍ତା ରାଜରାସ୍ତା ଜବରଦଖଲ ମାମଲା: ପୋଲିସ ମାଜିଷ୍ଟ୍ରେଟ ଉପସ୍ଥିତିରେ ଉଚ୍ଛେଦ ପରେ ଘେରାବନ୍ଦୀ

ବ୍ରହ୍ମପୁର,୨୫/୦୭/୨୦୨୨-  ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପାଟପୁର ଓ ଦିଗପହଣ୍ଡି ଥାନା ଅଞ୍ଚଳ ସୀମାରେ ଥିବା ଏନ୍ ଏଚ – ୩୨୬ ଅନ୍ତର୍ଗତ ଡେଙ୍ଗାଉସ୍ତା ମୁଖ୍ୟରାସ୍ତାର ଉଭୟ ପାର୍ଶ୍ଵକୁ ୧୪ ଜଣ ସ୍ଥାନୀୟ ପରିବା ଦୋକାନୀ ଦୀର୍ଘଦିନ ଧରି ଜବର ଦଖଲ କରି ରଖିବା ଘଟଣାରେ ପ୍ରଶାସନ ହସ୍ତକ୍ଷେପ କରିଛି । ପରିବା ଦୋକାନୀଙ୍କୁ ସ୍ୱଇଛାରେ ଜାଗାରୁ ଉଠି ଯିବାକୁ ବାରମ୍ବାର ନୋଟିସ ପରେ ମଧ୍ୟ ନିର୍ଦ୍ଦେଶନାମାକୁ ଅବମାନନା କରି ଆସୁଥିବାରୁ  ଆଜି ପୋଲିସ ଛାଉଣୀରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବାରେ ସଫଳ ହୋଇଥିଲା ବେଳେ ନିର୍ଦ୍ଧିଷ୍ଟ ଧର୍ମାନୁଷ୍ଠାନର ମାର୍କେଟ କମ୍ପ୍ଲେକ୍ସକୁ କିଛି ଉତକ୍ଷିପ୍ତ ଗୋଷ୍ଠୀ ତାର ବାଡ଼ରେ ଘେରାବନ୍ଦୀ କରିଥିବା ଘଟଣା ପୁଣି ଅନ୍ୟଦିଗକୁ ଦର୍ଶାଉଥିବା ଜଣାଯାଇଛି । ପ୍ରତିରୋଧକାରୀଙ୍କ ପକ୍ଷରୁ ପ୍ରଶାସନ ଉପସ୍ଥିତିରେ ଏହା କରୁଥିଲା ବେଳେ ଆସନ୍ତା ଦିନରେ ଏହି ଘଟଣା ଦିଗ ବଦଳାଇବା ସୂଚନା ଦେଇଛି । ମୌଲଭଞ୍ଜା ରାଜସ୍ବ ସର୍କଲ ଅନ୍ତର୍ଗତ ସିଙ୍ଗପୁର ପଞ୍ଚାୟତର ରତ୍ନମଣିପୁର ମୌଜାର ଖାତା ନଂ ୮୦୩, ପ୍ଲଟ ନଂ ୮୮୩ର ରକବା ୦. ୮୧୦ ସରକାରୀ ଜମି ଜାତୀୟ ରାଜପଥ ସଂଲଗ୍ନ ଏବଂ ଅଧିକୃତ ହୋଇଥିବା ବେଳେ ସ୍ଥାନୀୟ ୧୪ ଜଣ ପରିବା ବ୍ୟବସାୟୀ ଏହି ଜାଗାକୁ ଜବର ଦଖଲ କରି ପାରିବା ବେପାର କରୁଥିଲେ । ଏହାକୁ ନେଇ ଜମି ସଂଲଗ୍ନ ଧର୍ମାନୁଷ୍ଠାନ ଟ୍ରଷ୍ଟିଙ୍କ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଇଜଲାସରେ ଏକ ମାମଲା ରୁଜୁ କରାଯାଇଥିଲା । ମାନ୍ୟବର କୋର୍ଟଙ୍କ ଆଦେଶ ଜବରଦଖଲକାରୀଙ୍କ ବିପକ୍ଷରେ ଯିବା ସହ ଦୋକାନୀଙ୍କୁ ଜାଗା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ତହସିଲଦାର ଉଚ୍ଛେଦ ଜନିତ କାର୍ଯ୍ୟପନ୍ଥା ଗ୍ରହଣ କରିବା ସମୟରେ ସଂପୃକ୍ତ ଜବରଦଖଲକାରୀ ଏହାକୁ ବିରୋଧ କରି ଜୀବନ ଜୀବିକା ଆଳରେ ଏହାକୁ ବିରୋଧ କରିବା ସହ ତା ୨୪/୦୩/୨୦୨୧ ରିଖରେ ଏକ ମିଳିତ ଚୁକ୍ତିନାମାରେ ସମୟ ମାଗି ତା ୧୦/୦୪/୨୦୨୧ ରିଖ ସୁଦ୍ଧା ସ୍ୱଇଛାରେ ଜାଗା ଛାଡ଼ିବାକୁ ସମ୍ମତି ପ୍ରକାଶ କରି ଏହାକୁ ମଧ୍ୟ ଅବମାନନା କରିଥିଲେ ଏବଂ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ହାଇକୋର୍ଟ କେଶ ନଂ ଡବ୍ଲୁ ପି ( ସି) ୧୬୨୨ /୨୧ ଏବଂ ଡବ୍ଲୁ ପି (ସି) ୧୩୪୦୪/୨୧କୁ ବିଚାରକରି ଦୋକାନୀଙ୍କ ବିପକ୍ଷରେ ରାୟ ସହ ଉପଜିଲ୍ଲାପାଳଙ୍କ ରାୟକୁ କାଏମ ରଖିଥିଲେ ଏବଂ ଯଥାଶୀଘ୍ର ଜବରଦଖଲ ଉଚ୍ଛେଦ କରାଇବାକୁ ଆଦେଶ କରିଥିଲେ । ଏହି ଆଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ସାନଖେମୁଣ୍ଡି ତହସିଲଦାର  ଶ୍ରୀନିବାସ ବେହେରା ସଂପୃକ୍ତ ଦୋକାନୀଙ୍କୁ ଆଜି ଉଛେଦର ଦିନ ଧାର୍ଯ୍ୟ କରିବା ସହ ଜିଲ୍ଲା ପୋଲିସକୁ ଅବଗତ କରିଥିଲେ । ଜିଲ୍ଲା ପ୍ରଶାସନର ସବୁଜ ସଂକେତ ପରେ ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ, ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ , ଧରାକୋଟ ଥାନ ଅଧିକାରୀ ଉମାକାନ୍ତ ସାହୁ ସଦଳବଳେ ଡେଙ୍ଗଉସ୍ତାରେ ପହଞ୍ଚି ଜବରଦଖଲ କାର୍ଯ୍ୟକ୍ରମ ସମ୍ପାଦନା ସହ ଦୋକାନୀଙ୍କୁ ସରକାରୀ ଜାଗାରୁ ଉଚ୍ଛେଦ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com