କ୍ରୀଡ଼ା

ଟି-୨୦ ବିଶ୍ଵ କପ୍‌-୨୦୨୨ ପାଇଁ ଅମ୍ପାୟର ଏବଂ ମ୍ୟାଚ୍ ରେଫରୀ ଘୋଷଣା କଲା ଆଇସିସି

ନୂଆଦିଲ୍ଲୀ, ୦୪ /୧୦/୨୦୨୨-   ଟି-୨୦ ବିଶ୍ଵ କପ୍‌ ୨୦୨୨ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ମ୍ୟାଚ୍ ରେଫରୀ ଏବଂ ଅମ୍ପାୟର ସମେତ ମୋଟ୍ ୧୦ ଅଧିକାରୀଙ୍କ ନାଁ ଘୋଷଣା କରିଛି । ଏଥିରେ ୧୬ ଅମ୍ପାୟର ଏବଂ ୪ ମ୍ୟାଚ୍ ରେଫରୀ ରହିଛନ୍ତି । ଅମ୍ପାୟରଙ୍କ ମଧ୍ୟରେ ଜଣେ ଭାରତୀୟ ଅମ୍ପାୟର ରହିଛନ୍ତି । ସେ ହେଉଛନ୍ତି ନୀତିନ ମେନନ ।

ଅନ୍ୟ ମାନଙ୍କ ମଧ୍ୟରେ ରହିଛନ୍ତି – କୁମାର ଧର୍ମସେନା, ରିଚାର୍ଡ କେଟଲବୋରୋ ଏବଂ ମରେସ ଇରାସମସନ, ଅଲୀମ ଦାର, ରଡନୀ ଟକର, ଏଡ୍ରିୟନ ହୋଲ୍ଡଷ୍ଟକ, ଏହସାନ ରାଜା, କ୍ରିଷ୍ଟୋଫର ଗଫାନି, ଜୋଏଲ ଓ୍ଵିଲସନ, ମାଇକେଲ ଗଫ, କ୍ରିଷ୍ଟୋଫର ବ୍ରାଉନ, ପଲ୍ ରିଫେଲ, ପଲ୍ ଓ୍ଵିଲସନ, ରିଚାର୍ଡ ଇଲିଙ୍ଗଓ୍ଵର୍ଥ, ରିଚାର୍ଡ କେଟଲବୋରୋ ଏବଂ ଲାଙ୍ଗଟନ ରୁସେରେ  । ସେହିପରି ୪ ଜଣ ମ୍ୟାଚ୍ ରେଫରୀ ହେଉଛନ୍ତି- କ୍ରିଷ୍ଟୋଫର ବ୍ରଡ, ଆଣ୍ଡ୍ର୍ୟୁ ପାଇପକ୍ରଫ୍ଟ, ଡେଭିଡ ବୁନ ଏବଂ ରଞ୍ଜନ ମଦୁଗଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com