ଓଡ଼ିଶା

ଓଡ଼ିଶା ପାଇଁ ଗୌରବ ଆଣିଲେ ଚାନ୍ଦବାଲି ଝିଅ, ଟେନିସ କ୍ରିକେଟ ଖେଳି ପାଇଲେ କାଂସ୍ୟ ପଦକ

ଚାନ୍ଦବାଲି() ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଚାନ୍ଦବାଲି ଝିଅ ମମତା ବେହେରା । ଟେନିସ କ୍ରିକେଟ ଚମ୍ପିଆନ ୨୦୨୨ରେ ମନୋନିତ ହୋଇ ଜାତିୟ ସ୍ଥରରେ ୪ଟି ମ୍ୟାଚ ଖେଳି ୨ଟିର ବିଜୟୀ ହୋଇ ସେ ପାଇଛନ୍ତି କାଂସ୍ୟ ପଦକ । ତାଙ୍କର ପ୍ରଥମ ମ୍ୟାଚ ୨୪ ତାରିଖରେ ଭାରତ ପକ୍ଷରୁ ପ୍ରଥମ ମ୍ୟାଚ ନେପାଳ ,ଦ୍ୱିତୀୟ ମ୍ୟାଚ ବାଙ୍ଗଲାଦେଶ ,ତୃତିୟ ମ୍ୟାଚ ସେ ଶ୍ରୀଲଙ୍କା ସହ ଖେଳିଥିଲେ ।

ମମତା ବେହେରା ଚାନ୍ଦବାଲି ସ୍ପୋର୍ଟ୍ସ ଏକାଡ଼େମୀରୁ ଟେନିସ କ୍ରିକେଟ ଖେଳୁଥିଲେ । ସେ ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ପାଇ ଥିବାରୁ ଚାନ୍ଦବାଲି ସ୍ପୋର୍ଟ୍ସ ଏକାଡ଼େମୀ ସହ ଭଦ୍ରକ ଜିଲ୍ଲା ଓ ଆମ ରାଜ୍ୟ ପାଇଁ ଗୌରବ ନେଇ ତାଙ୍କର ଉତରତ୍ତ୍ୱର କାମନା କରିଛନ୍ତି ଚାନ୍ଦବାଲି ସ୍ପୋର୍ଟ୍ସ ଏକାଡ଼େମୀର ସମସ୍ତ କର୍ମକତା । ଆଜି ସେ ଚାନ୍ଦବାଲିରେ ପହଁଚିବା ପରେ ତାଙ୍କୁ ଚାନ୍ଦବାଲି ବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନ ଦିଆଯିବା ସହ ଚାନ୍ଦବାଲି ଥାନା ଅଧିକାରୀ ଓ ଏସଡ଼ିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com