ଓଡ଼ିଶା

ଓଡ଼ିଶାରେ ମୁଣ୍ଡ ପିଛା ଋଣ ୨୨,୮୨୭ ଟଙ୍କା : ଅର୍ଥମନ୍ତ୍ରୀ

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୨୨ ହଜାର ୮୨୭ ଟଙ୍କା ରହିଛି । ଏନେଇ ବିଧାନସଭାରେ ତାରା ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ସେ କହିଛନ୍ତି ଯେ, ‘ରାଜ୍ୟ ସରକାର ଯାହା ଋଣ କରୁଛନ୍ତି, ତାହା କେବଳ ବିକାଶ କାମରେ ଲାଗୁଛି । ବର୍ତ୍ତମାନ ସୁଦ୍ଧା ସରକାର ୧ ଲକ୍ଷ ୬ ହଜାର କୋଟି ଟଙ୍କା ଋଣ କରିଛନ୍ତି । ଏଫଆରବିଏମ ଆକ୍ଟ ଅନୁସାରେ, ୨୫% ପର୍ଯ୍ୟନ୍ତ ଋଣ କରିବାର ବ୍ୟବସ୍ଥା ରହିଛି । ଧାର୍ଯ୍ୟ ବ୍ୟବସ୍ଥାଠାରୁ ଆମେ ବହୁତ ତଳେ ରହିଛୁ ।’
ତେବେ ସବୁଠାରୁ କମ୍ ଋଣ ନେବାରେ ଓଡ଼ିଶା ଆଗକୁ ଏକ ନମ୍ବର ରାଜ୍ୟ ହେବ । ମାର୍ଚ୍ଚ ୩୧ରେ କର୍ଣ୍ଣାଟକକୁ ପଛରେ ପକାଇ ଓଡ଼ିଶା ଏକ ନମ୍ବର ହେବ। ଋଣ ଟଙ୍କାରେ ସରକାରୀ କର୍ମଚାରୀଙ୍କୁ ଦରମା ଦିଆଯାଉନାହିଁ । ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ପ୍ରଶ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com