ଅପରପକ୍ଷେ, ଏବିଭିପି କର୍ମକର୍ତ୍ତାଙ୍କ କହିବାନୁଯାୟୀ, ରାମନବମୀ ଅବସରରେ କାବେରୀ ହଷ୍ଟେଲରେ ପୂଜା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ପୂଜାରେ ବହୁ ସଂଖ୍ୟାରେ ଜେଏନୟୁ ଛାତ୍ର ଯୋଗ ଦେଇଥିଲେ। ଉକ୍ତ ସମୟରେ କିଛି ମୁସଲିମ୍ ଛାତ୍ର ଇଫତାର ପାର୍ଟି ମଧ୍ୟ ରଖିଥିଲେ । ସବୁ ଠିକ୍ଠାକ ଚାଲିଥିଲା। ଏହି ସମୟରେ କିଛି ବାମ ସଙ୍ଗଠନ ଛାତ୍ର ଆସି ହଷ୍ଟେଲରେ ପୂଜାକୁ ବିରୋଧ କରି ମାରପିଟ ଆରମ୍ଭ କରିଦେଲେ। ଆମିଷ ଖାଦ୍ୟ ସମ୍ପର୍କରେ ପଚରାଯିବାରୁ ଏବିଭିପି ପକ୍ଷରୁ କୁହାଯାଇଛି, କାବେରୀ ହଷ୍ଟେଲରେ ପ୍ରତିଦିନ ଆମିଷ ଖାଦ୍ୟ ପରସା ଯାଏ। ଏହା ଛାତ୍ରଛାତ୍ରୀଙ୍କ ଇଚ୍ଛା ଉପରେ ନିର୍ଭର କରେ କିଏ ଖାଇବ ନା ନାହିଁ।