ଅନ୍ୟାନ୍ୟ

ନିଜ ପିଲାଙ୍କ ଫଟୋ ଅପଲୋଡ଼ କରି ପାରିବେନି ବାପା ମା’

ଭୁବନେଶ୍ୱର, ୨୮/ ୦୩/ ୨୦୨୩ – ସୋସିଆଲ ମିଡ଼ିଆରେ ଆଉ ଛାଡ଼ି ପାରିବେନି ଛୋଟପିଲାଙ୍କ ଫଟୋ । ଖାଲି ଫଟୋ ନୁହେଁ ଭିଡିଓକୁ ମଧ୍ୟ ବାରଣ କରାଯାଇଛି । ଏମିତିକି ନିଜ ବାପା ମା ମଧ୍ୟ ଏପରିି କରିପାରିବେ ନାହିଁ । ଛୋଟପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ଆଇନ ଅଣାଯାଇଛି । ଯଦି ଏହି ଆଇନକୁ କେହି ଅମାନ୍ୟ କରନ୍ତି ତେବେ କୋର୍ଟ ଦ୍ୱାରା ଦଣ୍ଡିତ ହେବାକୁ ପଡିବ ।

ତେବେ ଏପରି ଆଇନ ଆଣିଛନ୍ତି ଫ୍ରାନ୍ସ ସରକାର । ଫ୍ରାନ୍ସ ନ୍ୟାସନାଲ ଆସେମ୍ବିଲିରେ ଏହି ଆଇନ ପାରିତ ହୋଇଛି । ଯଦି ବାପା ଓ ମାଙ୍କ ମଧ୍ୟରୁ କେହି ଜଣେ ନିଜ ପିଲାଙ୍କ ଫଟୋ ପୋଷ୍ଟ କରିବାକୁ ଅସହମତି ଜଣାନ୍ତି ତେବେ କୋର୍ଟ ଏ କ୍ଷେତ୍ରରେ ରୋକ୍ ଲଗାଇପାରିବେ । ତେବେ ଫ୍ରାନ୍ସ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ମନୋବିଜ୍ଞାନୀ ଓ ସୋସିଆଲ ମିଡ଼ିଆ ବିଶେଷଜ୍ଞମାନେ ସ୍ୱାଗତ କରିଛନ୍ତି । ସେପଟେ ଏହା ବିଶ୍ୱର ପ୍ରଥମ ଆଇନ ଯାହ କି ପିଲାଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ଉପରେ ରୋକ୍ ଲଗାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com