ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ବାର୍ଷିକ ପ୍ରାଦେଶିକ ସମ୍ମିଳନୀ
![](https://i0.wp.com/odia.mobilenews24x7.com/wp-content/uploads/2022/04/WhatsApp-Image-2022-04-11-at-3.44.50-PM.jpeg?resize=780%2C470&ssl=1)
ପୁରୀ() ପୁରୀ ଦେବଦୁତ ଦୁଧବାଲା ଧର୍ମଶାଳା ଠାରେ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ବାର୍ଷିକ ପ୍ରାଦେଶିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି| ଭାରତୀୟ ମଜଦୁର ସଂଘ ସହ ସଂଲଗ୍ନ ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ରାଜ୍ୟ ସଂଗଠନ ସମ୍ପାଦକ ଗିରିଶ ଚନ୍ଦ୍ର ମହାନ୍ତ ଦ୍ବୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ।
ଏହି ସମ୍ମିଳନୀ ରେ 30 ଟି ଜିଲ୍ଲାରୁ 27 ଟି ଜିଲ୍ଲାର ଆଶାକର୍ମୀ ମାନେ ଯୋଗଦାନ କରିଥିଲେ। ରାଜ୍ୟ ସଭନେତ୍ରୀ କମଳା ବେହେରା ଏଥିରେ ଅଧକ୍ଷତା କରିଥିବା ବେଳେ ସାଧାରଣ ସଂପାଦିକା ପ୍ରତିମା ସାମଲ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ବି. ଏମ. ଏସ ର ରାଜ୍ୟ ସଂଗଠନ ସଂପାଦକ ଗିରିଶ ମହାନ୍ତ, ମୁଖ୍ୟ ବକ୍ତା ଭାବେ ବି. ଏମ. ଏସ ର ରାଜ୍ୟ ସଭାପତି ପୃଥ୍ଵୀରାଜ ପଣ୍ଡା, ସଂମାନ୍ନୀତ ଅତିଥି ଭାବେ ରାଜ୍ୟ ସାଧାରଣ ସଂପାଦକ ବିନୟ କୁମାର ତ୍ରିପାଠୀ ତଥା ଅନ୍ୟମାନଙ୍କ ଭିତରୁ ଆଶା ରାଜ୍ୟ ପ୍ରଭାରୀ ମୁକ୍ତିକାନ୍ତ ସାହୁ ଓ ପ୍ରଫୁଲ୍ଲ କୁମାର, ରାଜ୍ୟକାର୍ଯ୍ୟକରିଣୀ ସଦସ୍ୟ ନିଗମା ନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଆଶାକର୍ମୀ ସଂଘର ରାଜ୍ୟ ଉପାଧ୍ୟକ୍ଷା କୁମମଣୀ ଦେଈ, କୋସାଧ୍ୟକ୍ଷା ମମତା ମହାନ୍ତି ତଥା ଉପସ୍ଥିତ ସବୁ ଜିଲ୍ଲାର ସାଧାରଣ ସମ୍ପାଦିକା ମାନେ ନିଜର ସମସ୍ୟା ସମ୍ପର୍କ ରେ ଆଲୋଚନା ରଖିଥିଲେ । ଆଶାକର୍ମୀ ମାନେ କହନ୍ତି ଯେ ଭାରତୀୟ ମଜଦୁର ସଂଘ ସାରା ଭାରତ ବର୍ଷରେ ଶ୍ରମିକ ସଙ୍ଗଠନ ଆମ ପଛରେ ଥିବାରୁ ଆଜି ଆମେ ଦୃଢ ହୋଇ ଚାଲି ପାରିଛେ । ଆଶାକର୍ମୀ ସଂଘ , ବ୍ଲକ ସ୍ତରୀୟ ପର୍ଯନ୍ତ ସଙ୍ଗଠନ କୁ ଅଧିକ ମଜବୁତ କରାଯିବାର ଯୋଜନା ହାତକୁ ନେଇଥିବାର ପ୍ରକାଶ କରିଥିଲେ । ଜୁଲାଇ ମାସ ସୁଦ୍ଧା ଅଭ୍ୟାଷ ବର୍ଗ ଶେଷ ହେବ ବୋଲି କହିଥିଲେ । ବି. ଏମ. ଏସ ରାଜ୍ୟସଭାପତି କହନ୍ତି ଭାରତୀୟ ମଜଦୁରସଂଘ ସାରାଦେଶରେ ଦୀର୍ଘ ତିରିଶ ବର୍ଷରୁ ଉର୍ଦ୍ଧ ହେବ ଏକ ନମ୍ବର ଶ୍ରମିକ ସଂଗଠନର ମାନ୍ୟତା ପାଇ ଆସୁଛି । ଏହାର ଛତ୍ରଛାୟା ତଳେ ଯେଉଁ ମାନେ କାମ କରନ୍ତି ସେମାନେ ସଂଗଠନର କାମ କରିବା ସହ ରାଷ୍ଟ୍ରର ହିତ ପାଇଁ କାମ କରିଥାନ୍ତି । ରାଜ୍ୟସଂଗଠନ ସମ୍ପାଦକ ଗିରିଶ ଚନ୍ଦ୍ର ମହାନ୍ତ ସଂଗଠନକୁ ଅଧିକ ମଜବୁତ କରିବା ଶୈଳୀ ଉପରେ ଆଲୋକପାତ କରିଥିଲେ । ପରିଶେଷରେ ମୁକ୍ତିକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।