ଜାତୀୟ
ବ୍ରିଟେନ୍ କମେଣ୍ଟେଟରଙ୍କୁ ମଞ୍ଜି କଥାଟେ କହିଦେଲେ ଗାଭାସ୍କର; ଇଣ୍ଟରନେଟ୍ର ଭାଇରାଲ୍ ହେଲା କମେଣ୍ଟ୍ରି
![](https://i0.wp.com/odia.mobilenews24x7.com/wp-content/uploads/2022/04/kohinuur-hira.jpg?resize=764%2C424&ssl=1)
ନୂଆଦିଲ୍ଲୀ() ଭାରତର କୋହିନୁର ହିରା ଏବେ ବ୍ରିଟେନ୍ ରାଣୀଙ୍କ ପାଖରେ ଅଛି। ଏହି ହିରାକୁ ଭାରତ ଫେରାଇ ଆଣିବା ପାଇଁ ଅନେକ ସମୟରେ ସରକାରୀ ସ୍ତରର କଥା ଉଠିଛି। ସରକାର ଚେଷ୍ଟା ମଧ୍ୟ କରିଛନ୍ତି। ଏବେ ଏହାକୁ ନେଇ ମଜାରେ ମଜାରେ ବ୍ରିଟେନ୍ କମେଣ୍ଟେଟରଙ୍କୁ କୋହିନୁର ହିରା ଫେରାଇବାକୁ କହିଛନ୍ତି ସୁନିଲ ଗାଭାସ୍କର। କଥା ସିନା ମଜାରେ ଥିଲା, ହେଲେ ଗାଭାସ୍କର କିନ୍ତୁ କଥାର ଶଟ୍ ମାରିବାରେ ମାହିର୍। ବ୍ରିଟେନ୍ କମେଣ୍ଟେଟରଙ୍କୁ କଥାଟି ଲାଗିଥିବ ବୋଲି ଗାଭାସ୍କରଙ୍କ ଫ୍ୟାନ୍ମାନେ କହୁଛନ୍ତି।
ଆଇପିଏଲ୍ର ୧୬ ତମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର ଜାଏଣ୍ଟ ମଧ୍ୟରେ ଖେଳ ଜାରି ରହିଥିଲା। ମ୍ୟାଚ୍ରେ ବ୍ରେକ୍ ସମୟରେ ଯେତେବେଳେ ସ୍କ୍ରିନ୍ରେ ଭାରତର ସୌନ୍ଦର୍ଯ୍ୟ ବିଷୟରେ ଦଖାଯାଉଥିଲା। ମମ୍ବାଇରେ ମେରାଇନ୍ ଡ୍ରାଇଭ୍ର ସୁନ୍ଦରତା ସ୍କ୍ରିନିଂ ହେଉଥିବା ବେଳେ ଗାଭାସ୍କର ବଡ଼ ମଜାରେ ନିଜର ବ୍ରିଟେନ୍ କମେଣ୍ଟେଟର ସହଯୋଗୀ ଆଲାନ ଉଇଲ୍କିନ୍ସ କହିଥିଲେ କୋହିନୁର ହିରା କଥା।
#SunnyGavaskar demands the Kohinoor 😂 pic.twitter.com/TyE95ZqNFT
— Mohit Dinodia (@MohitDinodia) April 10, 2022