ରାଜନୀତି

ମହାରାଷ୍ଟ୍ର ଭଳି କର୍ଣ୍ଣାଟକରେ ବିଜେପି ଗଢିବ ସରକାର

ମହାରାଷ୍ଟ୍ର ଭଳି କର୍ଣ୍ଣାଟକରେ ହେବ ମହାନାଟକ । ଭାଙ୍ଗିବ କଂଗ୍ରେସ ସରକାର । ଉଠିବ ବିଜେପି ସରକାର । କାରଣ କଂଗ୍ରେସର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ରହିଛନ୍ତି ବିଜେପି ଲିଙ୍କରେ । ତାଙ୍କ ବିରୋଧରେ ଥିବା ଏକ ମାମଲାକୁ ଏଡାଇବା ପାଇଁ ସେ ବିଜେପିର ଯୋଗେଯାଗରେ ଥିବା ଜଣାପଡିଛି । ଏହା ଯଦି ସତ ହୁଏ , ତେବେ ଖୁବଶୀଘ୍ର କର୍ଣ୍ଣାଟକରେ ଚାଲିବ ଘୋଡା ବେପାର । । ତେଣୁ ଯେ କୌଣସି ସମୟରେ ଭାଙ୍ଗିପାରେ କଂଗ୍ରେସ ସରକାର । ଏଭଳି ଦାବି କରିିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ।

ସେ କହିଛନ୍ତି ଯେ କର୍ନାଟକ କଂଗ୍ରେସରେ ସବୁକିଛି ଠିକ ଚାଲିନାହିଁ ଏବଂ ରାଜ୍ୟରେ କଂଗ୍ରେସର ଅବସ୍ଥା ମହାରାଷ୍ଟ୍ର ଭଳି ହୋଇପାରେ। କୁମାରସ୍ବାମୀ ଦାବି କରିଛନ୍ତି ଯେ ଶାସକ ମନ୍ତ୍ରୀମାନେ ୫୦ ରୁ ୬୦ ଜଣ ବିଧାୟକଙ୍କ ସହ କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗ ଦେବେ। ଏଥିପାଇଁ ସେ ବିଜେପି ନେତାଙ୍କ ସହ କଥାବାର୍ତ୍ତା କରୁଛନ୍ତି। ତେବେ ଏଠାରେ କହିରଖୁଛୁ ଯେ, ଜନତା ଦଳ ସେକ୍ୟୁଲାର (ଜେଡିଏସ) ରାଜ୍ୟ ସଭାପତି କୁମାରସ୍ବାମୀ ଭବିଷ୍ୟବାଣୀ କରିଛନ୍ତି ଯେ କର୍ନାଟକରେ ମହାରାଷ୍ଟ୍ର ଭଳି କିଛି ଘଟିପାରେ। ବର୍ତ୍ତମାନର ରାଜନୈତିକ ପରିବେଶକୁ ବିଚାରକୁ ନେଇ କିଛି ହୋଇପାରେ ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ର ତାଙ୍କ ବିରୋଧରେ ଏଭଳି ମାମଲା ରୁଜୁ କରିଛି ଯେଉଁଥିରେ ‘ବଞ୍ଚିବାର ସମ୍ଭାବନା ନାହିଁ।

ଏହାସହ ସେ କୌଣସି ଛୋଟ ନେତା ନୁହଁନ୍ତି ବରଂ ପ୍ରଭାବଶାଳୀ ବ୍ୟକ୍ତି । ସେପଟେ କୁମାରସ୍ୱାମୀଙ୍କ ଏଭଳି ବୟାନ ପରେ ହଲଚଲ ହୋଇଉଠିଛି ଜାତୀୟ ରାଜନୀତି । ତେଣୁ ସେବୁକୁ ଦୃଷ୍ଟି ଦେଲେ ଓ ରାଜନୈତିକ ପରିବେଶକୁ ବିଚାର କଲେ କର୍ଣ୍ଣାଟକରେ ମହାରାଷ୍ଟ୍ର ଭଳି କିଛି ବି ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com