ଜାତୀୟ

ଭବିଷ୍ୟତରେ ହାଇବ୍ରିଡ୍ ଯୁଦ୍ଧ ଲଢାଯିବ, ଶତ୍ରୁ କିଏ ଆମେ ଜାଣିପାରିବା ନାହିଁ : ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ () ଭବିଷ୍ୟତରେ ପାରମ୍ପରିକ ନୁହେଁ, ହାଇବ୍ରିଡ୍ ଯୁଦ୍ଧ ଲଢାଯିବ । ଏହା କେବଳ ଯୁଦ୍ଧ କ୍ଷେତ୍ରରେ ଲଢାଯିବ ନାହିଁ, ବରଂ ଏହା ସାଇବର ଆକ୍ରମଣ, ସୂଚନା, ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ନେଇ ଲଢାଯିବ । ପୁଣି ଏପରି ଯୁଦ୍ଧରେ ଆମେ ଜାଣିପାରିବା ନାହିଁ ଯେ ପ୍ରକୃତ ଶତ୍ରୁ କିଏ । ଏଣୁ ଭବିଷ୍ୟତର ଯୁଦ୍ଧ ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି କହିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ଭି.ଆର.ଚୌଧୁରୀ ।

ଅଲ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନ (ଏଆଇଏମଏ)ର ୭ମ ଜାତୀୟ ନେତୃତ୍ବ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ, ଭବିଷ୍ୟତ ଯୁଦ୍ଧ କୌଣସି ଏକ ଦେଶ ବା ଏକ ସଂଗଠନ ବିରୁଦ୍ଧରେ ଲଢାଯିବ ନାହିଁ । ଆମେ ଜାଣିପାରିବା ନାହିଁ ଆମ ଉପରେ କିଏ ଆକ୍ରମଣ କରୁଛି । ଭବିଷ୍ୟତର ଯୁଦ୍ଧ କମ୍ପ୍ୟୁଟର ଭାଇରସଠାରୁ ଆରମ୍ଭ କରି ହାଇପରସୋନିକ କ୍ଷେପଣାସ୍ତ୍ର ପର୍ଯ୍ୟନ୍ତ ପରିବ୍ୟାପ୍ତ ହେବ । ଯୁଦ୍ଧ ସାମରିକ ଆକ୍ରମଣଠାରୁ ଆରମ୍ଭ କରି ଗୁଜବ ପ୍ରଚାର ହେବ ।

ଏଣୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆମକୁ ଆମର ସାମରିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ଆମକୁ ଅତ୍ୟାଧୁନିକ ଟେକନଲୋଜୀର ପ୍ରୟୋଗ କରିବାକୁ ପଡ଼ିବ । ଆଜି କାଲି ସମଗ୍ର ବିଶ୍ବ ପରସ୍ପର ସହ ଜଡ଼ିତ ହୋଇଥିବାରୁ ଯଦି ସାଇବର ଆକ୍ରମଣ ହୁଏ ତେବେ ତାହା ଆମ କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ସିଷ୍ଟମକୁ ଅଚଳ କରି ଦେବ ।

Related Articles

Back to top button
WP Twitter Auto Publish Powered By : XYZScripts.com