Operations are underway by #IAF to rescue stranded tourists and passengers on #Jharkhand ropeway at Trikut hill near Deoghar.
Nineteen tourists have been rescued till now by #IAF Mi17 V5 & Cheetah helicopters with Garud Commandos. #HarKaamDeshKeNaam pic.twitter.com/gYrH1zIkTl
— Indian Air Force (@IAF_MCC) April 11, 2022
ସେନା ହେଲିକପ୍ଟର ସାହାଯ୍ୟରେ ୧୫ଜଣଙ୍କ ମଧ୍ୟରୁ ପ୍ରଥମେ ୫ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସକାଳ ୮.୪୦ ଭିତରେ ଅନ୍ୟ ୨ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏହା ପରେ ପରେ ୩ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା। ଏବେ କେବୁଲ କାର ଭିତରେ ୫ଜଣ ଫସି ରହିଥିବା ଜଣାପଡ଼ିଛି। ତୁରନ୍ତ ସେମାନଙ୍କୁ ମଧ୍ୟ ଉଦ୍ଧାର କରାଯିବ ବୋଲି କହିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଟ୍ୱିଟ୍ କରି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଓ ଆହତ ହୋଇଥିବା ବ୍ୟକ୍ତିଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
ସେପଟେ ଡ୍ରୋନ୍ ଜରିଆରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି। ରେସ୍କ୍ୟୁ ଅପରେସନରେ ଏନଡିଆରଏଫ୍ ଏବଂ ସେନାର ଯବାନ ସାମିଲ ହୋଇଥିବା ବେଳେ ସେନା ହେଲିକପ୍ଟର ବି ମୁତୟନ ହୋଇଛି। ଫସିରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର ଲାଗି ବାୟୁସେନାର ଦୁଇଟି ଏମଆଇ-୧୭ ହେଲିକପ୍ଟର ଲାଗିଛି।
ଗତ ରବିବାର ଅପରାହ୍ଣରେ ହଠାତ୍ ରୋପ୍ୱେ ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ କ୍ୟାବିନ୍ ଗୁଡିକର ଗତି ଉପରେ ଆଉ ନିୟନ୍ତ୍ରଣ ରହିନଥିଲା। ଚାହୁଁ ଚାହୁଁ ପରସ୍ପର ସହ ଧକ୍କା ହୋଇ ଖସି ପଡିଥିଲା କିଛି କ୍ୟାବିନ୍। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇ ଦେଓଘର ସଦର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।