ମନୋରଞ୍ଜନ

ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର ଗୀତରେ ରିଲସ କଲେ ସିଦ୍ଧାନ୍ତ ; ସାଙ୍ଗରେ ନାଚିଲେ ଅନ୍ତରା, ଶିବାନୀ, ନମ୍ରତା ଓ ଶୈଳେନ୍ଦ୍ର

ନିତିଦିନିଆ ଜୀବନରେ ଆମେ ସମସ୍ତେ ନାଚଗୀତ କରିଥାଉ । ଏହି ନାଚଗୀତ ସେତେବେଳେ ବେଶୀ ଜମିଥାଏ ଯେତେବେଳେ କେହି ସାଙ୍ଗସାଥୀ ଆମ ସାଥିରେ ରହିଥାନ୍ତି ।

ଆଜିର ସୋସିଆଲ ମିଡିଆ ଯୁଗରେ ଦୈନିକ ଲକ୍ଷ ଲକ୍ଷ ନାଚ ଗୀତର ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳେ । ସେଥିମଧ୍ୟରୁ କେତେ ଗୁଡିଏ ସାଧାରଣ ଲୋକଙ୍କର ହୋଇଥିବାବେଳେ ଆଉ କିଛି ସେଲିବ୍ରେଟିଙ୍କର ହୋଇଥାଏ ।

ଏବେ ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ନାଚୁଥିବା ଦେଖିବାକୁ ମିଳିଛି । ଖାଲି ସିଦ୍ଧାନ୍ତ ନୁହଁନ୍ତି ଓଡିଆ ସିଙ୍ଗର ଅନ୍ତରା ଚକ୍ରବର୍ତ୍ତୀ, ଅଭିନେତ୍ରୀ ଶିବାନୀ, ନମ୍ରତା ଥାପ୍ପା ଏବଂ ଡ୍ୟାନ୍ସର ଶୈଳେନ୍ଦ୍ର ମଧ୍ୟ ଗୀତ ଗାଇ ନାଚୁଥିବାର ଦେଖାଯାଇଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ, ଅଭିନେତା ସିଦ୍ଧାନ୍ତ ଏକ ନୀଳ ରଙ୍ଗର ଜିନ୍ସ ପ୍ୟାଣ୍ଟ ସହ କଳା ରଙ୍ଗର କୁର୍ତ୍ତି ପିନ୍ଧି ଗୀତ ଗାଇ ନାଚୁଛନ୍ତି । ନାଚ ମଝିରେ କିଛି ସମୟ ରହିଯାଇ ସେ ଅନ୍ୟମାନଙ୍କୁ ଉତ୍ସାହିତ କରୁଛନ୍ତି । ଏହାପରେ ପଛରେ ଶୈଳେନ୍ଦ୍ରଙ୍କୁ ଟାଣି ଆଣୁଛନ୍ତି ।

ଶୈଳେନ୍ଦ୍ର ମଧ୍ୟ ସିଦ୍ଧାନ୍ତଙ୍କ ସହ ହସି ହସି ନାଚୁଛନ୍ତି । ତେବେ ସିଦ୍ଧାନ୍ତଙ୍କ ଏହି ନାଚକୁ ଖୁବ୍ ଉପଭୋଗ କରୁଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ । ଏହି ଭିଡିଓକୁ ଦେଖିବାପରେ କିଛି ଓଲିଉଡ କଳାକାରଙ୍କ ସମେତ ଅନ୍ୟମାନେ ମଧ୍ୟ ସୁନ୍ଦର ସୁନ୍ଦର ମତାମତ ଦେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com