୭୪ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ, ୫୦ ଲକ୍ଷ ପରିବର୍ଦ୍ଧିତ ଜନସଂଖ୍ୟାର କର୍ମସ୍ଥଳୀ
ଭୁବନେଶ୍ବର() ସେଦିନ ସାରା ଓଡିଶାରେ ସତେ ଯେମିତି ପାଳିତ ହେଉଥିଲା ଏକ ଜାତୀୟ ଉତ୍ସବ । କେଇଟା ମାସ ପୂର୍ବରୁ ଦେଶ ସ୍ବାଧିନତା ଲାଭ କରିଥିବା ଖୁସିକୁ ଏହି ନୂଆ ଉତ୍ସବ ସବୁ ଓଡିଶା ଆନନ୍ଦକୁ ସତେ ଯେମିତି ଦ୍ବୀଗୁଣିତ କରିଦେଇଥିଲା । ଉତ୍ସବ ଥିଲା ଭୁବନେଶ୍ବର ପ୍ରତିଷ୍ଠା ଦିବସ । 1948 ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ବର ମାନ୍ୟତା ଲାଭ କରିଥିଲା ଓଡିଶାର ନୂଆ ରାଜଧାନୀ ଭାବେ । କଟକ ବଦଳରେ ପୁରୁଣା ଭୁବନେଶ୍ବର ଏବଂ ଆଖପାଖ ଅଞ୍ଚଳର କିଛି ଗାଁକୁ ନେଇ ତିଆରି ହେଲା ନୂଆ ରାଜଧାନୀ । ବହୁ ଟଣାଓଟରା ବାଦବିବାଦ ମଧ୍ୟରେ ରଙ୍ଗେଇଲୁଣ୍ଡା, ପାଲଲହଡା, ଚୌଦ୍ବାରକୁ ମାତ ଦେଇ ଏକାଧିକ ଐତିହାସିକ ସ୍ମାରକ ଏବଂ ଘଟଣାର ମୁକଭାଷୀ ଏକାମ୍ର କ୍ଷେତ୍ର ନୂଆ ରାଜଧାନୀ ହେବା ନେଇ ସମସ୍ତ ସଂଙ୍ଗାକୁ ମଧ୍ୟ ସାକାର କରୁଥିଲା । ଆଉ ଘଟଣା ଦିନ ଖୋଦ୍ ଦେଶର ପ୍ରଧାନମନ୍ତ୍ରୀ ଜବାହାରନାଲ ନେହୁରୁ ଘୋଡା ଗାଡିରେ ସବାର ହୋଇ ପୁରୁଣା ଷ୍ଟେସନରୁ ଏହି ସ୍ଥାନରେ ହିଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ତାର କେଇ ଦିନ ପୂର୍ବରୁ ରାମଗଡ ଜଙ୍ଗଲର ଏହି ନିଘଞ୍ଜ ଅଞ୍ଚଳରେ ଏକ ନାଲିଗୋଡି ରାସ୍ତା, ଉତ୍ସବ ପାଇଁ ଛାମୁଡିଆ ବାନ୍ଦିବାକୁ ବେଶ୍ କଷରତ କରିବାକୁ ପଡିଥିଲା। ସାଙ୍ଗରେ ଥିଲେ ତତକାଳିନ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏବଂ ଆହୁରୀ ଅନେକ ମାନ୍ୟଗଣ୍ୟ । ଭିତ୍ତିପ୍ରସ୍ତର ସ୍ଥାପନ ସହ ସବୁ ଓଡିଆ ଏକ ନୂଆ ଉତ୍ମାଦନା ମଧ୍ୟରେ ବିକାଶର ସୁନୀଳ ସ୍ବପ୍ନକୁ ନେଇ ବିଭୋର ହୋଇଥିଲେ ।
କେଇଟା ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିବା ଭୁବନେଶ୍ବର ଆଜି ଦେଶର ଅନ୍ୟତମ ପ୍ରମୁଖ ସହର । ଏକାଧିକ ନବଶ୍ଚୁମ୍ଭୀ ଅଟାଳିକା, ଲକ୍ଷାଧିକ ଲୋକ, ମେଟ୍ରୋ ସହରକୁ ମଧ୍ୟ ଟପିବାର ପରିଭାଷା ନେଇ ସର୍ବରେ ଛିଡାହୋଇଛି ନୂଆ ସ୍ମାଟ୍ ସିଟି । କଳେବର ବଢି ଗୋଟେ ପଟେ ଖୋର୍ଦ୍ଧା ଏବଂ ଆଉ ଗୋଟେ ପଟେ କଟକ ପର୍ଯ୍ୟନ୍ତ ଲମ୍ବିଥିବା ମହାନଗର ନିଗମ ଏବେ ୫୦ ଲକ୍ଷ ପରିବ୍ରଦ୍ଧିତ ଜନସଂଖ୍ୟାର କାରବାର ସ୍ଥିଳୀ ପାଲଟିଛି । ଅତ୍ୟାଧୁନିକତାର ସୋପାନରେ ଥିଲେ ବି ସଂସ୍କୃତି, ପର୍ବପର୍ବାଣୀ, ଖାଦ୍ୟ ରୁଚି, ଆଚାର ବ୍ୟବହାର ଓ ଭାଇଚାରାକୁ କୋଳେଇ ଧରିଛି । ସମସ୍ୟା ଯେ ନାଇଁ ତାହା ନୁହେଁ କିନ୍ତୁ ସମୟର ପରିବର୍ତ୍ତନ ସହ ସାମନା କରୁଛି ଏକ ନୂଆ ଆହ୍ବାନକୁ – ଏକ ନୂଆ ଦିଗନ୍ତ ଆଡକୁ ଛୁଟିଚାଲି ।