ଓଡ଼ିଶା

ଘାଟିରେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ଗାଡ଼ିରେ ଥିଲେ ୧୫ରୁ ଅଧିକ ଲୋକ

ଗଜପତି() ଘାଟିରେ ଓଲଟିଲା ପିକ୍‌ଅପ ଭ୍ୟାନ୍‌ । ଗଜପତି ଜିଲ୍ଲା ରାୟଗଡ଼ ଥାନା ମାର୍ଲବା ଘାଟିରେ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଗଜପତି ସିନ୍ଦିବାରୁ କୁମୁଳିସିଂ ଏକ ବାହାଘରକୁ ଯାଉଥିଲେ ।ପିକ୍‌ ଅପ ଭ୍ୟାନ୍‌ରେ ଏକାଧିକ ଲୋକ ଯାଉଥିଲେ । କିନ୍ତୁ ଗାଡିଟି ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଯାହାଫଳରେ ଗାଡିରେ ଥିବା ଲୋକଙ୍କ ମଧ୍ୟରୁ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ସେମାନଙ୍କୁ ମଧ୍ୟରୁ ୭ଜଣ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com