ଓଡ଼ିଶା

ଆଜି ମହାବିଷୁବ ସଂକ୍ରାନ୍ତି , ଓଡ଼ିଆ ନବ ବର୍ଷ: ଘରେ ଘରେ ଜମିବ ପଣା,ପାଳନ ହେବ ପଣା ସଂକ୍ରାନ୍ତି

ଭୁବନେଶ୍ୱର() ଆଜି ମହା ବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ । ପଣା ସଂକ୍ରାନ୍ତି । ମନ୍ଦିର ,ଘରେ ସବୁଠାରେ ପଣା ପୂଜାର ବିଧି ରହିଛି। ଏଥିସହିତ ଏହି ଦିନଟି ଶ୍ରୀ ହନୁମାନଙ୍କ ଜୟନ୍ତୀ ଭାବେ ପାଳନ ହୋଇଥାଏ। ଆଜି ମା ଶାରଳା ଙ୍କ ପୀଠରେ ପାଳିତ ହେଉଛି ଝାମୁ ଯାତ୍ରା ।

ପୂର୍ବ ନିର୍ଦ୍ଧାରିତ ନୀତି ଅନୁସାରେ, ସକାଳୁ ମା ଙ୍କର ଦେଵନୀତି ସମ୍ପନ୍ନ ହେବା ସହ ଦିନ ୧୨ଟା ବେଳେ ମାଙ୍କୁ ଏକ ସୁସଜିତ ବିମାନରେ ନଣ୍ଡା ଦେଉଳ ନିକଟସ୍ଥ ଚରକି ପଡିଆକୁ ନିଆଯିବ । ସେଠାରେ ମୀନ ସଂକ୍ରାନ୍ତି ଠାରୁ ଗାଁ ଗାଁ ବୁଲି ମା ଙ୍କର ମହିମା ପ୍ରଚାର କରୁଥିବା ଘଟ ସେବକ ମାନେ ଆଜି ବ୍ରତ ଶେଷ କରି ମା ଙ୍କ ଆଗରେ ନିଆଁ ରେ ଚାଲି ଅଗ୍ନି ପରୀକ୍ଷା ଦେବେ । କୋଭିଡ କଟକଣା ଯୋଗୁ ଦୁଇ ବର୍ଷ ହେଲା ଝାମୁ ଯାତ୍ରାରେ ଶ୍ରଦ୍ଧାଳୁ ମାନଙ୍କର ଦର୍ଶନ କରିପାରିନଥିବା ବେଳେ ଚଳିତ ବର୍ଷ କଟକଣା ଉଠି ଯାଇଥିବାରୁ ଆଜି ଦୂର ଦୁରନ୍ତରରୁ ଶ୍ରଦ୍ଧାଳୁ ମାନନଙ୍କର ଅଧିକ ସମାଗମ ହେବାର ଆଶା କରା ଯାଉଛି । ଶ୍ରଦ୍ଧାଳୁ ମାନଙ୍କର ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com