ଓଡ଼ିଶା
ଗେମ୍ ଖେଳିବାକୁ ମୋବାଇଲ୍ ଦେଲାନି ବୋଲି ସାଙ୍ଗକୁ ମାରିଦେଲେ ୨ ବନ୍ଧୁ

ଜୟପୁର() ମୋବାଇଲ ପାଇଁ ସାଙ୍ଗକୁ ମାରିଦେଲେ ଦୁଇ ବନ୍ଧୁ । କୋରାପୁଟ ଜିଲ୍ଲା ମସିପୁଟ ଗାଁରେ ଦୁଇ ନାବାଳକଙ୍କ ଜଘନ୍ୟ କାଣ୍ଡ । ଫ୍ରି ଫାୟାର ଗେମ୍ ଖେଳିବାକୁ ମୋବାଇଲ ଦେଲାନି ବୋଲି ପଥରରେ ଛେଚି ସାଙ୍ଗକୁ ହତ୍ୟା କଲେ । ମାରିବା ପରେ ମୃତଦେହକୁ କୋଲାବ ନଦୀରେ ଫୋପାଡ଼ି ଦେଲେ ସାଙ୍ଗ । ସକାଳେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ପ୍ରାଥମିକ ତଦନ୍ତରୁ ମୋବାଇଲ ପାଇଁ ହତ୍ୟା ହୋଇଥିବା ଜଣାପଡ଼ିଛି ।





