ଅନ୍ୟାନ୍ୟ

ଈଜିପ୍ଟରେ ଭୟଙ୍କର ଦୁର୍ଘଟଣା , ୨୨ ମୃତ

ଈଜିପ୍ଟର ଉତ୍ତର ଦକାହିଲିଆ ପ୍ରାନ୍ତରେ ଭୟଙ୍କର ଦୁର୍ଘଟଣା ଘଟିଛି । ବସ୍ ଦୁର୍ଘଟଣାରେ ୨୨ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇଟି ମେଡିକାଲରେ ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଈଜିପ୍ଟ ସ୍ବାସ୍ଥ୍ୟବିଭାଗ ସୂଚନା ଦେଇଛି ।ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ କେନାଲରେ ପଡ଼ିଯିବାରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌ଟି ୪୬ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଉତ୍ତର ଦକାହିଲିଆ ଯାଉଥିଲା । ଭାରସାମ୍ୟ ହରାଇ ଦୁର୍ଘଟଣା ହେବାରୁ ୨୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬ଜଣ ମହିଳା ରହିଥିବା ବେଳେ ୩ଜଣ ଛୋଟ ପିଲା ମଧ୍ୟ ରହିଥିବା ଜଣାପଡ଼ିଛି । ମୃତକଙ୍କ ପରିବାରକୁ ଏକ ଲକ୍ଷ ଈଜିପ୍ଟ ପାଉଣ୍ଡ, ଗୁରୁତରଙ୍କୁ ୨୫ହଜାର ଓ ଆହତଙ୍କୁ ୫ହାଜର ପାଉଣ୍ଡ ଘୋଷଣା କରିଛନ୍ତି । ତେବେ ଦୁର୍ଘଟଣା ସମୟ ପରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସ୍ଥାନୀୟ ବାସିନ୍ଦା ପାଣିରୁ ମୃତଦେହ ଉଦ୍ଧାର କରିବାରେ ପୋଲିସକୁ ସାହାଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com