ଓଡ଼ିଶା

ରିଲିଜ ହେଲା ସର୍ଟ ଫିଲ୍ମ ଦୃଢ ସଂକଳ୍ପର ବ୍ୟାନର

କଟକ () ରିଲିଜ ହେଲା ଏକ ଭିନ୍ନ ଧରଣର ସର୍ଟ ଫିଲ୍ମ ଦୃଢ଼ ସଂକଳ୍ପର ବ୍ୟାନର । କଟକ ଖାନ ନଗର ଚନ୍ଦନ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ୟାନର ରିଲିଜ ହୋଇଛି।

ମୁଖ୍ୟ ଅତିଥି ଭାବରେ ଭେଟେରାନ ଅଭିନେତା ଶ୍ରୀତମ ଦାସ, ସମାଜସେବୀ ନରୋତ୍ତମ ଦାସ, ସ୍ଥାନୀୟ କର୍ପୋରେଟର ଗୋପାଳ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଆଜିର ଦିନ ମାନଙ୍କରେ ଯେଉଁଭଳି ଭାବରେ ପ୍ରେମରେ ଧୋକା ପ୍ରତାରଣା ପରେ ନିଜର ଜୀବନକୁ ଶେଷ କରିଦେବା ପାଇଁ ଚରମ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ କିଭଳି ଭାବରେ ରୋକାଯାଇ ପାରିବ ଓ ଯୁବ ପିଢ଼ି ମାନଙ୍କର ମଧ୍ୟରେ ସଚେତନତା ଅଣାଯାଇ ପାରିବ ତାହା ହିଁ ଏହି ସର୍ଟ ଫିଲ୍ମର ମୂଳ ଲକ୍ଷ୍ୟ ।

କଟକର ବେଶ ସୁପରିଚିତ ସମାଜସେବୀ କ୍ଷୀତିଶ କୁମାର ବେହେରାଙ୍କ ଦ୍ୱାରା ନିର୍ମିତ ଏହି ସର୍ଟ ଫିଲ୍ମରେ ନିଜେ ନିର୍ଦେଶନା ଓ ଗୀତ ମଧ୍ୟ ଲେଖିଛନ୍ତି କ୍ଷୀତିଶ । ଏହି ସର୍ଟ ଫିଲ୍ମରେ କ୍ଷୀତିଶ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ଦୁଇ ଜଣ ଅଭିନେତ୍ରୀ ଅଭିନୟ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com