ଓଡ଼ିଶା

ଛତିଶଗଡ଼ ଜଙ୍ଗଲରେ ପୁଣି ଏୟାରଷ୍ଟ୍ରାଇକ୍‌, ୨ ଦିନ ଧରି କରିଚାଲିଲେ ବୋମାବର୍ଷଣ

ମାଲକାନଗିରି() ମାଓବାଦୀଙ୍କ ଉପରେ ପୁଣି ଏୟାର ଷ୍ଟ୍ରାଇକ ହୋଇଥିବା ଅଭିଯୋଗ । ଛତିଶଗଡ଼ର କିଛି ଜିଲ୍ଲାରେ ଏୟାର ଷ୍ଟ୍ରାଇକ୍‌ ହୋଇଥିବା ଅଭିଯୋଗ ଆସିଛି । ବୋମା ମାଡ଼ରେ  ସଂରକ୍ଷିତ ଜଙ୍ଗଲ ଗୁଡିକ ମଧ୍ୟ ନଷ୍ଟ ହୋଇଥିବା ଅଭିଯୋଗ ଆସିଛି ।

ତଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ଅଧ୍ୟକ୍ଷ ବିକଳ୍ପ ଏକ ପ୍ରେସ ବିଜ୍ଞପ୍ତିରେ ଲେଖିଛନ୍ତି ଯେ,  ଗତ ୧୪ ଓ ୧୫ ତାରିଖ ଦିନ ମାଓବାଦୀଙ୍କ ଦମନ ନିମନ୍ତେ ଆକାଶ ମାର୍ଗରୁ ମାଓ ଶିବିର ଉପରେ ଆକ୍ରମଣ କରାଯାଇଥିଲା । କିଟମ୍‌, ରାସମ, ଏରାମ, ସକିଲେର, ମାଡପା, ଦୁଲେଡ, କୋଟାମାର୍କା, କଟମନଗୁମ୍‌, ଆଦି ଗ୍ରାମ ଗୁଡିକ ଉପରେ ଏହି ଦୁଇ ଦିନ ଧରି ଆକାଶ ମାର୍ଗରୁ ରାତିରେ ୫୦ ରୁ ଉର୍ଦ୍ଧ୍ବ ବୋମା ବିସ୍ଫୋରଣ କରାଯାଇଥିବା ମାଓ ସଙ୍ଗଠନ ଅଭିଯୋଗ କରିଛନ୍ତି ।

ତେବେ ଏହି ବୋମା ମାଡ ଦ୍ୱାରା ମାଓ ସଙ୍ଗଠନର କୌଣସି କ୍ଷତି ହୋଇନଥିବା ବେଳେ ଏହି ଅଞ୍ଚଳର ବହୁ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ଏପିରିକି ବୋମା ମାଡ଼ରେ  ସଂରକ୍ଷିତ ଜଙ୍ଗଲ ଗୁଡିକ ମଧ୍ୟ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ମାଓ ଦମନ ନାମରେ ଆକାଶ ମାର୍ଗରୁ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି ନକ୍ସଲ ନେତା ବିକଳ୍ପ । ଏହା ସହ ଆଗାମୀ ଦିନରେ ମାଓ ସଙ୍ଗଠନ ପକ୍ଷରୁ ଏହାର ଉଚିତ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ମାଓ ନେତା ବିକଳ୍ପ । ସ୍ଥାନୀୟ ଆଦିବାସୀ ଲୋକେ ମଧ୍ୟ ଏହାକୁ ବିରୋଧ କରିବା ସହ ଏକ ପ୍ରକାର ଭୟରେ ରହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com