ଓଡ଼ିଶା

ପଶୁ ବିଭାଗକୁ ଅପେକ୍ଷା କରି ବାଛୁରୀର ଜୀବନ ଗଲା

ବ୍ରହ୍ମପୁର,୨୫/୦୭/୨୦୨୨- ଖାରବେଳ ନଗର ୨ୟ ଗଳିରେ ଶନିବାର ମଧ୍ୟରାତ୍ରରେ ଏକ ବାଛୁରୀ ଛୁଆକୁ କେତେକ କୁକୁର କାମୁଡ଼ି କ୍ଷତାକ୍ତ କରିଥଲେ। ଗୁରୁତର ଅବସ୍ଥାରେ ପଡିଥିବା ବାଛୁରୀକୁ ଜୈନିକ ଅଞ୍ଚଳର ଆଇନଜୀବୀ ସୂର୍ଯ୍ୟ ନାରାୟଣ ଚୌଧୁରୀ ଦେଖି ତୁରନ୍ତ ପଶୁ ଚିକିତ୍ସାଳୟକୁ ଯୋଗାଯୋଗ କରିଥଲେ । କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ପଶୁ ଚିକିତ୍ସାଳୟ କର୍ମଚାରୀ କିମ୍ବା ପଶୁ ସହାୟତା ଆମ୍ବୁଲାନ୍ସ (ନଂ ୧୯୬୨) କର୍ଣ୍ଣପାତ ହୋଇନଥିଲା। ଫଳରେ ଆଇନଜୀବୀ ଚୌଧୁରୀ ମହାନଗର କମିସନର, ଜିଲ୍ଲାପାଳ ଏବଂ ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କୁ ଉକ୍ତ ବାଛୁରୀର ଜୀବନ ବଞ୍ଚାଇବା ପାଇଁ ନିବେଦନ କରିଥିଲେ । ପଶୁପ୍ରେମୀ ଚୌଧୁରୀ ତୁରନ୍ତ ପଶୁ ଚିକିତ୍ସାଳୟର ସହଯୋଗ କାମନା କରିଥିଲେ ମଧ୍ୟ କୈାଣସି ସନ୍ତୋଷ ଜନକ ଉତ୍ତର ନପାଇବା ଫଳରେ ସେ ସ୍ଵେଚ୍ଛାସେବୀ ମନୋରଞ୍ଜନ ସାବତଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେମାନେ ଆହତ ବାଛୁରୀର ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଫଳରେ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ପଶୁ ବିଭାଗର ଅସହଯୋଗ ପାଇଁ ନିରୀହ ବାଛୁରୀଟିର ଜୀବନ ହାନି ଚାଲିଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com