Featuredଐତିହ୍ୟ ଓ ସଂସ୍କୃତିଓଡ଼ିଶା

ରାମ ନବମୀ ପାଇଁ ବନ୍ଦ ରହିବ ଜଗା ଦର୍ଶନ

ପୁରୀ: ବନ୍ଦ ରହିବ ଜଗା ଦର୍ଶନ । ରାମ ନବମୀରେ ଝଲସିବ ଶ୍ରୀମନ୍ଦିର । ଲାଗି ହେବ ସ୍ୱତନ୍ତ୍ର ନୀତିକାନ୍ତି । ରବିବାର ଶ୍ରୀରାମ ନବମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପରମ୍ପରା ଅନୁସାରେ ସ୍ୱତନ୍ତ୍ର ଦେବବିଧି ପାଳନ ହେବ। ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନ ପ୍ରାୟ ୫ ଘଣ୍ଟା ବନ୍ଦ ରହିବ। ମଧ୍ୟାହ୍ନ ଧୂପ ପରେ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ। ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଭକ୍ତମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ହେବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Related Articles

Back to top button