![](https://i0.wp.com/odia.mobilenews24x7.com/wp-content/uploads/2022/04/1-25.jpg?resize=640%2C360&ssl=1)
ମୁମ୍ବାଇ() ସୁପରଷ୍ଟାର ୟଶ ଷ୍ଟାରର KGF 2 ବକ୍ସ ଅଫିସରେ ଧମାଲ ମଚାଇଛି। ରେକର୍ଡ ପରେ ରେକର୍ଡ କରି ଚାଲିଛି ଏହି ଫିଲ୍ମ। ରେକର୍ଡିଂ ବ୍ରେକିଂ ଓପନିଂ ପରେ ୟଶଙ୍କ ଫିଲ୍ମର ନିଜର ଏହି ସଫଲତାକୁ ବଜାୟ ରଖିବାକୁ ଚେଷ୍ଟା କରୁଛି। ଫିଲ୍ମଟି ଯେମିତି ଆରମ୍ଭ କରିଥିଲା, ଠିକ୍ ସେହି ପରି ଆଗକୁ ବଢୁଛି। କେବଳ ହିନ୍ଦୀ ଭର୍ସନରେ ଫିଲ୍ମଟି ଏ ପର୍ଯ୍ୟନ୍ତ ୧୪୩ କୋଟି ଆୟ କରି ସାରିଛି। ଫିଲ୍ମର ଆୟ କେତେ ରହିଛି ଏହାର ସୂଚନା ଟ୍ରେଡ ଏନାଲିଷ୍ଟ ତରଣ ଆଦର୍ଶ ଟୁଇଟ୍ ଜରିଆରେ ଦେଇଛନ୍ତି।
ତରଣ ଆଦର୍ଶ ଜେଜିଏଫ-୨ର ବକ୍ସ ଅଫିସ ଆଦାୟ ଉପରେ ଟୁଇଟ୍ କରି ସୂଚନା ଦେଇଛନ୍ତି। କେଜିଏଫ ୨ ଆଉ ଏକ ରେରର୍ଡ ବ୍ରେକି କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ। ଫିଲ୍ମର ତୃତୀୟ ଦିନ ଜବରଦସ୍ତ ରହିଛି। ଫିଲ୍ମ ମେଟ୍ରୋ ସହରରେ ଜବରଦସ୍ତ ବିଜନେସ୍ କରୁଛି। ମାତ୍ର ତିନି ଦିନରେ ଫିଲ୍ମର ଓ୍ଵାର୍ଲ୍ଡ ଓ୍ଵାଇଡ କଲେକ୍ସନ ୩୦୦ କୋଟି ଉପରେ ରହିଛି।
#KGF2 [#Hindi] is all set for a RECORD-SMASHING weekend… Day 3 is SUPER-SOLID – metros ROCKING, mass circuits STRONG… Day 4 [Sun] will be competing with Day 1 [Thu]… This one’s a #BO MONSTER… Thu 53.95 cr, Fri 46.79 cr, Sat 42.90 cr. Total: ₹ 143.64 cr. #India biz. pic.twitter.com/Dy1XPOqtQn
— taran adarsh (@taran_adarsh) April 17, 2022