ଜାତୀୟ

ମସଜିଦରେ ଗେରୁଆ ପତାକା ଲଗାଇବାରୁ ଆରମ୍ଭ ହୋଇଥିଲାକି ଜାହାଙ୍ଗୀରପୁରୀ ହିଂସା ? ଜାଣନ୍ତୁ କଣ କହିଲେ ଦିଲ୍ଲୀ ପୋଲିସ କମିଶନର

ନୂଆଦିଲ୍ଲୀ() ଜାହାଙ୍ଗୀରପୁରୀ ହିଂସା ମାମଲାରେ ଦିଲ୍ଲୀ ପୋଲିସ ଏକ ସାମ୍ୱାଦିକ ସମ୍ମିଳନୀ କରି ଘଟଣା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଛି। ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ତାନା କହିଛନ୍ତି ପୋଲିସ ମାମଲାର ତଦନ୍ତ କରୁଛି। ଏହି ଘଟଣାରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଦିଲ୍ଲୀ ପୋଲିସ କମିଶନର କହିଛନ୍ତି ଏହି ହିଂସାରେ ୮ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି। ଏହି ମାମଲାର ତଦନ୍ତ ପାଇଁ ୧୪ଟି ପୋଲିସ ତଦନ୍ତକାରି ଦଳ ନିୟୋଜିତ ହୋଇଛନ୍ତି। ସେ କହିଛନ୍ତି ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକମାନଙ୍କ ଉପରେ ପୋଲିସ କଡ଼ା ନଜର ରଖିଛି। ଏହି ହିଂସା ମାମଲାରେ ଏବେ ସୁଦ୍ଧା ୨୩ ଜଣଙ୍କୁ ଗିରଫ କରାଯାଇଛି।

ସେ ଆହୁରି କହିଛନ୍ତି ମସଜିଦରେ ଗେରୁଆ ପତାକା ଲଗାଇବା ପରେ ହିଂସା ସୃଷ୍ଟି ହୋଇଥିବା କଥାକୁ ସେ ସମ୍ପୂର୍ଣ୍ଣ ଭୁଲ। ସାମାନ୍ୟ କଥାକୁ ନେଇ ଝଗଡ଼ା ଆରମ୍ଭ ହୋଇଥିଲା।  କୌଣସି ସୂଚନା ପାଇଁ ପୋଲିସ ସହିତ ସମ୍ପର୍କ କରିବାକୁ ସେ ସାମ୍ୱାଦିକମାନଙ୍କୁ କହିଛନ୍ତି। କୌଣସି ଗୁଜବକୁ ବିଶ୍ୱାସ ନ କରିବା ପାଇଁ ସେ ନିବେଦନ କରିଛନ୍ତି। କମିଶନର ରାକେଶ ଆହୁରି କହିଛନ୍ତି “କିଛି ଲୋକ ସାମାଜିକ ଗଣମାଧ୍ଯମ ସାହାଜ୍ୟରେ ସମାଜରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଚେଷ୍ଠା କରୁଛନ୍ତି। ଆମେ ସାମାଜିକ ଗଣମାଧ୍ଯମ ଉପରେ କଡ଼ା ନଜର ରଖିଛୁ ଓ ଭୁଲ ସୂଚନା ପ୍ରସାରଣ କରିଥିବା ଲୋକମାନଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ”।

ଦିଲ୍ଲୀ ପୋଲିସ କମିଶନର କହିଛନ୍ତି ସିସିଟିଭି ଫୁଟେଜ ଓ ଡିଜିଟାଲ ମିଡିଆରେ ବର୍ତ୍ତମାନ ବିଶ୍ଳେଷଣ କରାଯାଉଛି। ଫରେନ୍ସିକ ଟିମ ଆଜି ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି। ଏନେଇ ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା କହିଛନ୍ତି ଦୋଷୀ ଯେକୌଣସି ଜାତି ଧର୍ମ ବର୍ଣ୍ଣର ହେଉନା କାହିଁକି ତା ବିରାଧରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com