ଓଡ଼ିଶା

ରାଜ୍ୟରେ ପୁଣି ବଢ଼ିଲା ଯାତ୍ରୀବାହୀ ବସ୍‌ ଭଡ଼ା

ଭୁବନେଶ୍ୱର() ରାଜ୍ୟରେ ପୁଣି ବଢ଼ିଲା ଯାତ୍ରୀବାହୀ ବସ୍‌ ଭଡ଼ା। ଅଟୋମେଟିକ ମେକାନିଜିମ ଆଧାରରେ ବଢ଼ିଲା ବସ୍‌ ଭଡ଼ା ବଢ଼ିଛି। ସାଧାରଣ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି। ବସ୍‌ ଭଡ଼ା ବୃଦ୍ଧି ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ନିଷ୍ପତ୍ତି ଅନୁସାରେ ସାଧାରଣ ଓ ଏକ୍ସପ୍ରେସ ଭଡ଼ା ୯୦ରୁ ୯୨ ପଇସାକୁ ବୃଦ୍ଧି ପାଇଛି। ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ପାଇଛି। ସୁପର ପ୍ରିମିୟମ୍‌ ଭଡ଼ା କିମି ପିଛା ୬ ପଇସା ବଢ଼ିଛି।

ସୂଚନାରୁ ପ୍ରକାଶ, ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ରାଜ୍ୟରେ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ତେଳ ଦର ବଢ଼ୁଛି।ଯେଉଁଥିପାଇଁ ଅଟୋମେଟିକ ମେକାନିଜିମ ଆଧାରରେ ଆଜି ପୁଣି ଥରେ ଭଡ଼ା ବୃଦ୍ଧି ପାଇଛି।

Related Articles

Back to top button