ଓଡ଼ିଶା

ପାଖେଇ ଆସିଲାଣି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଜୋରସୋରରେ ଆଗେଇ ଚାଲିଛି ୩ ରଥର କାମ

ପୁରୀ: ପାଖେଇ ଆସିଲାଣି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥରେ ଚଢ଼ି ପତିତ ଉଦ୍ଧାର ପାଇଁ ଯାତ୍ରା କରିବେ ପତିତପାବନ । ଏଥିପାଇଁ ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ୩ ରଥର କାମ । ବିଶ୍ବକର୍ମା, ଭୋଇ, ରୂପକାରଙ୍କ ସହ ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ନିର୍ମାଣ କାର୍ଯ୍ୟକୁ ଜୋରଦାର କରିଛନ୍ତି । ରଥର ଦଣ୍ଡା ସ୍ଥାପନ ହୋଇ ତିନି ରଥର ଚକ ଓ ଅଖ ଉପରେ ଦଣ୍ଡାକୁ ସମତୁଲ କରାଯିବା ପରେ ଅଖର ଗୋଲେଇ ଅନୁସାରେ ଦଣ୍ଡାକୁ କାଟି ଖାପ ଦିଆଯାଇଛି । ସ୍ନାନଯାତ୍ରା ପୂର୍ବରୁ ୪ ନାହାକା ଉଠାଇବାକୁ ଚାଲିଛି ପ୍ରସ୍ତୁତି ।

ସେପଟେ ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ । ଏଥିପାଇଁ ପୁରୀରେ ଅଧିକ ଭିଡ଼ ଜମିବା ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ସମ୍ମୁଖ ଓ ଚତୁଃପାର୍ଶ୍ୱରେ ରାପିଡ ଆକ୍ସନ ଫୋର୍ସ ମକଡ୍ରିଲ କରିଛି । ରଥଯାତ୍ରାରେ ଦୁଇ କମ୍ପାନୀ, ୨୪୦ ଯବାନ RAF ନିୟୋଜିତ ହେବେ । ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ସମ୍ପର୍କରେ ପୁରୀ ପୋଲିସ ମିଳିତ ଭାବରେ ଏହି ମକଡ୍ରିଲରେ ସାମିଲ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com