ଅନ୍ତର୍ଜାତୀୟଜାତୀୟ

ଋଷ୍‌କୁ ଧୋକା ଦେଲା ଚିନ୍‌! ଏବେ ଭାରତ ଉପରେ ମସ୍କୋର ନଜର

ନୂଆଦିଲ୍ଲୀ() ୟୁକ୍ରେନ୍‌ ଉପରେ ଆକ୍ରମଣ ପରେ ଋଷ୍‌ ଉପରେ ଖପ୍ପା ହୋଇଛନ୍ତି ବିଶ୍ୱର ବିଭିନ୍ନ ରାଷ୍ଟ୍ର । ଏଥି ସହିତ ମସ୍କୋ ସହିତ ସଂପର୍କ ମଧ୍ୟ ଖରାପ ହେବାରେ ଲାଗିଛି । ଚିନ୍ ଭିଳି ଦେଶ ବର୍ତ୍ତମାନ ପର୍ଯ୍ୟନ୍ତ ଋଷ୍‌  ସହିତ ରହିଥିବା ଦେଖିବାକୁ ମିଳିଥିବା ବେଳେ ଇକୋନୋମିକ୍‌ ଟାଇମ୍ସର ଏକ ରିପୋର୍ଟ ଅନୁସାରେ କିନ୍ତୁ ଋଷ୍‌ ବିଜ୍ଞାନ ଏକାଡେମୀ ସହିତ ଚିନ୍‌ ବୁଝାମଣା କରିବାକୁ ମନା କରିବାରୁ ଏବେ ଭାରତ ମୁହାଁ ହୋଇଛି ମସ୍କୋ ।

୩ ଶହ ବର୍ଷ ପୁରୁଣା ଋଷ୍‌ର ଏହି ସଂସ୍ଥାନକୁ ଦୁନିଆର ଏକ ପ୍ରମୁଖ ବୈଜ୍ଞାନକ ସଂସ୍ଥା ଭାବେ ବିବେଚନା କରାଯାଏ । ଏହି ସଂସ୍ଥା ସହ ନୂଆ ସହଯୋଗ ସ୍ଥାପନ କରିବା ପାଇଁ ଋଷ୍‌ ଭାରତ ସହ ସଂପର୍କ କରିଥିବା ଜଣାପଡ଼ିଛି ।

ଋଷ୍‌ ବିଜ୍ଞାନ ଏକାଡେମୀର ଅଧ୍ୟକ୍ଷ ଆଲେକ୍‌ଜାଣ୍ଡର ସର୍ଗେବ ଏନେଇ କହିଛନ୍ତି ଯେ, ଚିନ୍‌ ୟୁକ୍ରେନ୍‌ ଯୁଦ୍ଧକୁ ନେଇ ବୈଜ୍ଞନିକ ସହଯୋଗ ପାଇଁ ମନା କରିଦେଇଛି । ପ୍ରତିବନ୍ଧ କାରଣରୁ ପାଶ୍ଚାତ୍ୟ ଦେଶ ଗୁଡ଼ିକ ମଧ୍ୟ ବିଜ୍ଞାନ ଏକାଡେମୀ ସହିତ ସଂପର୍କ କରିବା ବନ୍ଦ କରିଦିଆଯାଇଛି । ଏହି କାରଣରୁ ଋଷ୍‌ ବିଶେଷ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ସହ ସଂପର୍କ କରୁଥିବା ସେ କହିଛନ୍ତି ।

Related Articles

Back to top button