ଜାତୀୟ

ମୁଲତାନ ଦିନିକିଆରେ ଆସିଲା ଧୂଳିଝଡ : ମାସ୍କ ଓ ଚଷମା ପିନ୍ଧି ଖେଳିଲେ ପାକ୍-ଇଣ୍ଡିଜ୍ ପ୍ଲେୟାର୍

ନୂଆଦିଲ୍ଲୀ: ପାକିସ୍ତାନ ଓ୍ୱେଷ୍ଟ୍ ଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜକୁ ୩-୦ରେ କବଜା କରିଛି । ସିରିଜର ଶେଷ ମ୍ୟାଚ୍ ଜୁନ ୧୨ ତାରିଖରେ ମୁଲତାନରେ ଖେଳାଯାଇଥିଲା । ଏହି ମ୍ୟାଚକୁ ପାକିସ୍ତାନ ଡିଏଲ୍ ଫର୍ମୁଲାରେ ଜିତିନେଇଥିଲା ।

ତେବେ ମ୍ୟାଚରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା । ଯେତେବେଳେ ଉଭୟ ଟିମ୍ ପଡିଆରେ ଥିଲେ ସେତେବେଳେ ଜୋରରେ ଝଡ ତୋଫାନ ଆସିଥିଲା । ବାଲି ଝଡ ବି ହୋଇଥିଲା । ଏଥିରୁ ବର୍ତ୍ତିବାକୁ ଖେଳାଳି ମାସ୍କ ଓ ଚଷମା ବ୍ୟବହାର କରିଥିଲେ । ଧୂଳି ଝଡ ଫଳରେ ଖେଳାଳିଙ୍କୁ କିଛି ସମୟ ଯାଏଁ ସ୍ପଷ୍ଟ ଦେଖାଯାଇନଥିଲା । ଫଳରେ କିଛି ସମୟ ଯାଏଁ ମ୍ୟାଚକୁ ବନ୍ଦ ରଖିବାକୁ ହୋଇଥିଲା ।

ସୂଚନାଯୋଗ୍ୟ, ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୬୯ ରନ୍ କରିଥିଲା । ପାକିସ୍ତାନ ତରଫରୁ ଇମାମ୍ ଉଲ୍ ହକ୍ ୬୨ ରନ୍ କରିଥିଲେ । ବାବର ଆଜମ ମାତ୍ର ୧ ରନ୍ କରିଥିଲେ ।

ଏହି ବିଜୟ ସହ ପାକିସ୍ତାନ ୩-୦ରେ ସିରିଜ୍ କବଜା କରିଛି । କେବଳ ତିନୋଟି ମ୍ୟାଚ୍ ଖେଳିବାକୁ ଆସିଥିବା ଓ୍ୱେଷ୍ଟ୍ ଇଣ୍ଡିଜ ଦୟନୀୟ ପ୍ରଦର୍ଶନ ଦେଖାଇଛି । ପାକିସ୍ତାନ ପକ୍ଷରୁ ସିରିଜରେ ବାବର ଆଜମ ସବୁଠୁ ଅଧିକ ରନ୍ କରିଥିଲେ । ଯେଉଁଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com