ଜାତୀୟ

ଜମ୍ମୁ କାଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକଙ୍କୁୁ ଭୋଟଦାନ ଅଧିକାର ମିଳିବା ପରେ ସ୍ଥାନୀୟ ଲୋକଙ୍କୁ ଆତଙ୍କବାଦୀଙ୍କ ଧମକ

ଲସ୍କର-ଏ-ତୈବା ଆତଙ୍କବାଦୀ ସଂଗଠନ ଜମ୍ମୁ-କାଶ୍ମୀରର ସ୍ଥାନୀୟ ଲୋକଙ୍କୁ ଧମକ ଦେଇଛି । ସଂଗଠନ ପକ୍ଷରୁ ସ୍ଥାନୀୟ ଲୋକଙ୍କ ଉପରେ ଆକ୍ରମଣ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି ।  ଜମ୍ମୁ-କାଶ୍ମୀରରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହୋଇପାରେ  । ଏହା ପୂର୍ବରୁ ନିର୍ବାଚନ କମିଶନ ଏକ ବଡ ଘୋଷଣା କରିଛନ୍ତି । ଜମ୍ମୁ-କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ହୃଦେଶ କୁମାରଙ୍କ ସୂଚନା ମୁତାବକ, କାଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକେ ମଧ୍ୟ ଏଠିକାର ନିର୍ବାଚନରେ ନିଜର ମତଦାନ କରିପାରିବେ । ତେଣୁ ସେମାନେ ଏଠାରେ ନିଜର ଭୋଟର ଲିଷ୍ଟ ବନାଇ ଭୋଟ ଦେଇପାରିବେ । ଏଥିପାଇଁ ସେମାନଙ୍କୁ କୌଣସି ଆବାସ ପ୍ରମାଣପତ୍ରର କୌଣସି ଆବଶ୍ୟକତା ନାହିଁ ।କେବଳ ଏତିକି ନୁହେଁ ଜମ୍ମୁ-କାଶ୍ମୀରର ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀମାନେ ମଧ୍ୟ ଏଠାରେ ନିଜର ଭୋଟର ଲିଷ୍ଟ ବନାଇ ଭୋଟ ଦେଇପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com