ଜାତୀୟରାଜନୀତି

ପୁଣି ଦିଲ୍ଲୀରେ ଆପର ବିଜୟ

ଦିଲ୍ଲୀ ରାଜେନ୍ଦ୍ରନଗର ବିଧାନସଭା ପାଇଁ ହୋଇଥିବା ଉପନିର୍ବାଚନରେ ବାଜିମାତ କରିଛି ଆପ୍ । ଏହି ଆସନରୁ ଆପ ପ୍ରାର୍ଥୀ ଦୁର୍ଗେଶ ପାଠକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୧୧ ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି । ଏହି ଆସନରୁ ବିଧାୟକ ଥିବା ରାଘବ ଚଡ୍ଡା ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଉକ୍ତ ଆସନରେ ଉପନିର୍ବାଚନ ହୋଇଥିଲା । ଏଥିରେ ପୁଣି ଆମ୍ ଆଦମୀ ପାର୍ଟି ତାର ଲୋକପ୍ରିୟତାର ପରିଚୟ ଦେଇଛି । ସେପଟେ ଏହି ଆସନରେ ଦ୍ୱିତୀୟ ସ୍ଥାନରେ ରହିଛି ବିଜେପି । ଦଳ ଏଠାରୁ ରାଜେଶ ଭାଟିଆଙ୍କୁ ପ୍ରାର୍ଥୀ କରିଥିଲା । ଏହାସହ କଂଗ୍ରେସ ତରଫରୁ ପ୍ରେମଲତାଙ୍କୁ ଟିକେଟ ଦିଆଯାଇଥିଲେ ବି ନିର୍ବାଚନରେ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ଆସନ ପାଇଁ ଜୁନ ୨୩ ତାରିଖରେ ମତଦାନ ହୋଇଥିଲା । ଅନ୍ୟପଟେ ପଞ୍ଜାବର ସଂଗରୁର ଲୋକସଭା ପାଇଁ ହୋଇଥିବା ଉପ ନିର୍ବାଚନରେ ଶିରୋମଣୀ ଅକାଳୀଦଳର ପ୍ରାର୍ଥୀ ସୀମରଜିତ ସିଂ ମାନ୍ ଆଗୁଆ ଅଛନ୍ତି । ସେ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଗୁରମେଲ ସିଂଙକ ଠାରୁ ୫୦୦୦ ରୁ ଅଧିକ ଭୋଟରେ ପଛୁଆ ଥିବା କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com