ରାଜନୀତି

ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ପରେ ଏବେ ତେଲଙ୍ଗାନା ଓ ରାଜସ୍ଥାନ ଉପରେ ନଜର

ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ପରେ ଏବେ ତେଲଙ୍ଗାନା ଓ ରାଜସ୍ଥାନ ଉପରେ ନଜର
() ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଉଠୁଛି ପଡୁଛି ରାଜନୀତି । ଏହାରି ମଧ୍ୟରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମରେ ଶେଷ ହୋଇଛି ମତଦାନ । ଖାସ୍ ଏଥିପାଇଁ କଂଗ୍ରେସ କଷୁଛି କମର । ଦଳର ଶୀର୍ଷ ନେତାମାନେ ରାଜସ୍ଥାନରେ ପକାଇଛନ୍ତି ଡେରା ।

() ତିନିଟି ରାଜ୍ୟରେ ଭୋଟ୍ ସରିବା ପରେ ଏବେ ରାଜସ୍ଥାନ ଓ ତେଲଙ୍ଗାନା ଉପରେ ସମସ୍ତଙ୍କ ନଜର । ଏହାରି ଭିତରେ ତେଲଙ୍ଗନାରେ କଂଗ୍ରେସ ଜିତିବା ନେଇ ଦୃଢକ୍ତି ପ୍ରକାଶ କରିଥିବା ବେଳେ ରାଜସ୍ଥାନ ନେଇ ଦ୍ୱନ୍ଦ୍ୱରେ ଅଛି ଦଳ । ତେଣୁ ରାଜସ୍ଥାନରେ ପ୍ରଚାରକୁ ମାତ୍ର ଦୁଇ ଦିନ ରହିଥିବାରୁ କଂଗ୍ରେସର ବରିଷ୍ଠ ନେତା ସବୁ ସେଠାରେ ପକାଇଛନ୍ତି ଡେରା ।

କିନ୍ତୁ ଆପଣ ଜାଣିଥିବେ କିଛି ଦିନ ତଳେ କଂଗ୍ରେସ ଫୋକସରେ ରାଜସ୍ଥାନ ନଥିବା ଚର୍ଚ୍ଚା ଜୋର ଧରିଥିଲା । ଏପରିକି ଦିଲ୍ଲୀର ଏକ କନକ୍ଲେଭରେ ବି ରାହୁଲ ଗାନ୍ଧିଙ୍କ ଫୋକସରେ ନଥିବା କୁହାଯାଉଥିଲା । ରାହୁଲ, ପ୍ରିୟଙ୍କାଙ୍କ ସହ କଂଗ୍ରେସ ହାଇକମାଣ୍ଡ ପ୍ରଚାରକୁ ଓହ୍ଲାଇନଥିବାରୁ ରାଜନୈତିକ ମହଲରେ ଚାଲିଥିଲା ନାନା କଳ୍ପନା ଜଳ୍ପନା ।

କିନ୍ତୁ ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ସକ୍ରିୟ ହୋଇଉଠିଛନ୍ତି ସମସ୍ତ ନେତା । ଏହାସହ ହାତରୁ ଗେହଲଟ ସରକାର ଖସିନଯିବା ପାଇଁ ପ୍ରଚାରକୁ ଜୋରଦାର କରିଛି କଂଗ୍ରେସ । ଏଥିସହ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କୁ ମନାଇବା ପାଇଁ ଚାଲିଛି ପ୍ରୟାସ । ଏପରିକି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଚେକ୍ ଦେବା ପାଇଁ କଂଗ୍ରେସ ଶୀର୍ଷ ନେତୃତ୍ୱ ଚେଷ୍ଟା ଚଳାଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏପଟେ କେତେବେଳେ ବିଜେପି ଉପରେ ବର୍ଷୁଛି ତ ଆଉ କେତେବେଳେ ଜନତାଙ୍କୁ ଲୋଭନୀୟ ଅଫର ଦେଉଛି କଂଗ୍ରେସ ଦଳ ।

ଯେମିତି ମଙ୍ଗଳବାର ରାହୁଲ ଗାନ୍ଧୀ ପ୍ରଚାର କରି ମୋଦି ଟାର୍ଗେଟ କରିବା ସହ କଂଗ୍ରେସ ଅଧ୍ୟକ୍ଷ ଖଡଗେ ଓ ଗେହଲଟ ଛାଡିଥିଲେ ଶେଷ ଅସ୍ତ୍ର । ୪୦୦ଟଙ୍କାରେ ଗ୍ୟାସ ସହ କଂଗ୍ରେସ ଲୋକଙ୍କ ଠାରୁ ଗୋବର କିଣିବା ଭଳି ପୁଳାପୁଳା ପ୍ରତିଶୃତିର ପେଡି ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ତେବେ ଏଠାରେ କହିରଖୁଛୁ ଯେ ରାଜସ୍ଥାନର ଏଭଳି ରଣନୀତି ପାଇଁ ଦୀର୍ଘ ସପ୍ତାହେ ଧରି ଚାଲିଥିଲା ମାନସମନ୍ଥନ । ଖୋଦ ସୋନିଆ ଗାନ୍ଧୀ ଏଥିପାଇଁ ଦେଇଛନ୍ତି ସ୍ୱତନ୍ତ୍ର ମନ୍ତ୍ର । ତେବେ ଦେଖାଯାଉ ରାଜସ୍ଥାନରେ କଂଗ୍ରେସ କେମିତି କରୁଛି ଫଳାଫଳ, କ୍ଷମତା ବଜାୟ ରହୁଛି ନା ହାତରୁ ଖସି ଯାଉଛି ତାହା ସମୟ କହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com