ଜାତୀୟ

ବିବାହ ଭୋଜିରେ ନଷ୍ଟ ହେଉଥିବା ଖାଦ୍ୟକୁ ତ ଫଟୋଗ୍ରାଫର ଉଠାଇବାକୁ ଭୁଲି ଯାଇଛନ୍ତି: ଆଇଏଏସ୍ ଅଧିକାରୀ

ନୂଆଦିଲ୍ଲୀ: ବିବାହ ହେଉ କିମ୍ବା କୌଣସି ବଡ଼ ଉତ୍ସବ ହଜାରହଜାର ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଏଭଳି ଉତ୍ସବରେ ଲୋକମାନେ ଖାଦ୍ୟ ପ୍ଲେଟରେ ଭର୍ତ୍ତି କରି ଖାଦ୍ୟ ନେଇ ଥାଆନ୍ତି। ଆଉ ଖାଇ ନପାରି ‌ଶେଷର ତାହାକୁ ନିଷ୍ଟ କରି ଫିଙ୍ଗି ଦେଇଥାଆନ୍ତି। କଥାରେ ଅଛି, ‘ଖାଦ୍ୟକୁ କେବେ ଅପମାନିତ କରିବା ଉଚିତ୍ ନୁହେଁ ଏବଂ ଖାଦ୍ୟକୁ ନଷ୍ଟ କରିବା ବି ଉଚିତ୍ ନୁହେଁ।’

ତେବେ ଦେଖିବାକୁ ଗଲେ ବିବାହ ଭୋଜିରେ ଲୋକମାନେ ଯେପରି ଖାଦ୍ୟ ନଷ୍ଟ କରନ୍ତି, ଯଦି ସେହି ଖାଦ୍ୟକୁ ଗରିବ ଏବଂ ଅସହାୟ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଆନ୍ତା ଭାବନ୍ତୁ କେତେ ଭୋକିଲାଙ୍କ ପେଟ ଭରି ଯାଆନ୍ତା। କିନ୍ତୁ ଲୋକମାନେ ଏହା କରନ୍ତି ନାହିଁ କି ଅଭାବୀ ଲୋକମାନଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ ।

ଆଇଏଏସ୍ ଅଧିକାରୀ ଅୱାନିଶ ଶରଣ ସୋସିଆଲ ମିଡିଆରେ ଏକ ବିବାହ ଉତ୍ସବରେ ଖାଦ୍ୟ ନଷ୍ଟ ହେବାର ଫଟୋ ଟ୍ୱିଟରରେ ସେୟାର କରିଛନ୍ତି। ଯାହା ସହିତ ସେ କ୍ୟାପସନରେ ଲେଖିଛନ୍ତି – ଏହି ଫଟୋ ଉଠାଇବାକୁ ଆପଣଙ୍କ ବିବାହ ଫଟୋଗ୍ରାଫର ମିସ୍ କରିଛନ୍ତି । ଖାଦ୍ୟ ନଷ୍ଟ କରିବା ବନ୍ଦ କରନ୍ତୁ। ଫଟୋ ଦେଖି ବୁଝି ହୋଇଯିବ ଯେ ଲୋକମାନେ ବିବାହରେ କେତେ ଖାଦ୍ୟ ନଷ୍ଟ କରନ୍ତି। ଫଟୋରେ ଦେଖନ୍ତୁ, କେତେ ଖାଦ୍ୟ ନଷ୍ଟ ହେଉଛି, ଯାହା ଅନେକ ଭୋକିଲା ଲୋକଙ୍କ ପେଟକୁ ପୂର୍ଣ୍ଣ କରି ପାରି ଥାଆନ୍ତା।

ଆମ ସମସ୍ତେ ବୁଝିବା ଉଚିତ ଯେ ଦେଶରେ  ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ପେଟକୁ ଦାନ ଦେବା ପାଇଁ ବହୁତ କଷ୍ଟ ଓ ପରିଶ୍ରମ କରିଥାଆନ୍ତି । ଏମିତି ବି ଲୋକ ଅଛନ୍ତି ଯେଉଁମାନେ ଅନେକ ଦିନ ପର୍ଯ୍ୟନ୍ତ ଖାଦ୍ୟ ଖାଇବାକୁ ପାଇନ୍ତି ନାହିଁ ପେଟରେ ଓଦା କନା ଦେଇ ଶୋଇବାକୁ ବାଧ୍ୟ ହୋଇ ଥାଆନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com