Breaking NewsFeaturedଓଡ଼ିଶା

ଅଶାଳୀନ ପୋଷାକ ପିନ୍ଧିଥିଲେ ଯାଇପପାରିବେନି ଶ୍ରୀମନ୍ଦିର

ଜଗା ଦର୍ଶନ ପାଇଁ ପୁରୀ ଯାଉଛନ୍ତି କି । ତାହେଲେ ଆମର ଏହି ରିପୋର୍ଟ ଉପରେ ଟିକେ ଭଲ ଭାବେ ନଜର ପକାନ୍ତୁ । କାହିଁକିନ ନା ଜଗା ଦର୍ଶନ ପାଇଁ ପୁରୀ ଯାଉଛନ୍ତି , ଆଉ ନିଜ ମନ ପସନ୍ଦର ପୋଷାକ ପିନ୍ଧିଛନ୍ତି । ହେଲେ ଏହି ପୋଷାକ ପାଇଁ ଆପଣ ଜଗା ଦର୍ଶନରୁ ବଞ୍ଚିତ ହୋଇପାରନ୍ତି । ଏମିତି କି ଶ୍ରୀମନ୍ଦିର ଭିତରକୁ ମଧ୍ୟ ଆପଣ ପ୍ରେବେଶ କରିନପାରନ୍ତି । ଫଳରେ ନିରାସ ହୋଇ ଆଧା ବାଟରୁ ହିଁ ଆପଣଙ୍କୁ ଜଗା ଦର୍ଶନ ବିନା ଫିରି ଆସିବାକୁ ପଡିପାରେ । କାରଣ ଏଣିକି ଶ୍ରୀମନ୍ଦିର ଯାଉଥିବା ଲୋକଙ୍କ ପୋଷାକରେ ଆସିବ ଶାଳିନତା । ମନ ପସନ୍ଦର ପୋଷାକ ପିନ୍ଧି ଆଉ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେନି ଭକ୍ତ । ପୋଷାକରେ ଶାଳିନତା ଥିଲେ ମନ୍ଦିର ଭିତରକୁ କରିପାରିବେ ପ୍ରବେସ । ନଚେତ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ ପ୍ରବେଶ ମନା ।

ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ନୂଆ ବର୍ଷ ଅର୍ଥାତ ଜାନୁଆରୀ ୧ରୁ ଲାଗୁ ହେବ ଏହି ନୂଆ ନିୟମ । ଏନେଇ ମଙ୍ଗଳବାର ଏର୍ଥାତ ଆଜି ଠାରୁ ଭକ୍ତମାନଙ୍କୁ ଶୀମନ୍ଦିର ପ୍ରଶାସନ ସଚେତନତା କରିବ । ଜାନୁଆରୀ ୧ ତାରିଖରୁ ସିଂହଦ୍ୱାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ । ଯେଉଁ ଭକ୍ତ ଶାଳୀନତାର ପୋଷାକ ପିନ୍ଧି ନଥିବେ ଏବଂ ହାପ ପ୍ୟାଂଟ କି ଚିରା ଫଟା ପୋଷାକ କିମ୍ବା ମିନି ଡ୍ରେସ ପିନ୍ଧିଥିବେ ତେବେ ସେମାନଙ୍କୁ ଶ୍ରୀମନ୍ଦି ଭିତରକୁ ପ୍ରବେଶ କରାଯିବନାହିଁ ।

ସୋମବାର ଶ୍ରିମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ସବକମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । କାରଣ ଅନ୍ୟ ରାଜ୍ୟ ମାନଙ୍କରେ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ହେଲେ ଶାଳୀନତା ପୋଷାରକ ବାଧ୍ୟତାମୂଳକ ରହିଛି । ସମାନ ପନ୍ଥା ଶ୍ରୀମନ୍ଦିରରେ ଆପଣେଇବା ପାଇଁ ପୂର୍ବରୁ ସେବାୟତ ଓ ବୁଦ୍ଧିଜୀବୀ ମାନଙ୍କ ତରଫରୁ ଶାଳୀନତା ଭାବେ ଭକ୍ତମାନେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଯିବାକୁ ପ୍ରଶସନ ପାଖରେ ବାରମ୍ଭାର ଅନୁରୋଧ କରିଥିଲେ । ଆଉ ଏବେ ଆକ୍ସନ ମୋଡକୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ଶ୍ରୀମନ୍ଦିର ପ୍ରଶାସନର ଏହି ଚରମ ନିଷ୍ପତ୍ତି ଆସନ୍ତା ଜାନୁଆରୀ ୧ ତାରିଖରୁ କଡାକଡି ଭାବେ ଲାଗୁ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com