କ୍ରୀଡ଼ା

ଦିଲ୍ଲୀ କ୍ୟାପିଟାଲ୍ସର ୫ ସଦସ୍ୟ କରୋନା ପଜିଟିଭ୍, ବଡ ପଦକ୍ଷେପ ନେଲା ବିସିସିଆଇ

ନୂଆଦିଲ୍ଲୀ() ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୨ର ବାୟୋ ବବଲକୁ ଭେଦ କରିଛି କରୋନା ମହାମାରୀ। ଦିଲ୍ଲୀ କ୍ୟାପିଟାଲ୍ସରେ କରୋନା ବିସ୍ଫୋରଣ ହୋଇଛି। ଦଳର ୫ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୫ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ବିସିସିଆଇ ବଡ ପଦକ୍ଷେପ ଗ୍ରହଣ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଏପ୍ରିଲ ୨୦ରେ ପୁଣେରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ଆୟୋଜନ ସ୍ଥଳକୁ ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମ ସ୍ଥାନାନ୍ତର କରାଯାଇଛି।

ବିସିସିଆଇ ମଙ୍ଗଳବାର ଆଇପିଏଲର ୩୨ତମ ମ୍ୟାଚ୍‌ର ଆୟୋଜନ ସ୍ଥଳ ବଦଳାଯାଇଥିବା ଘୋଷଣା କରିଛି। ଏପ୍ରିଲ ୨୦ରେ ଦିଲ୍ଲୀ ଏବଂ ପଞ୍ଜାବ ମଧ୍ୟରେ ପୁନେର ଏମସିଏ ଷ୍ଟାଡିୟମରେ ଖେଳାଯିବାର ଥିଲା। କରୋନା ପ୍ରକୋପରୁ ଦୂରେଇ ରହିବା ପାଇଁ ବିସିସିଆଇ ଏହି ନିଷ୍ପତ୍ତି ଗ୍ରହଣ କରିଛି। ସମସ୍ତ ପଜିଟିଭ୍ ସଦସ୍ୟଙ୍କୁ ଆଇସୋଲେସନରେ ନିରୀକ୍ଷଣରେ ରଖାଯାଇଛି।

ପଜିଟିଭ୍ ଚିହ୍ନଟ ସଦସ୍ୟ…

୧ – ପାଟ୍ରିକ ଫରହାର୍ଟ(ଫିଜିଓ)

୨ – ଚେତନ କୁମାର(ମାସାଜ ଥେରାପିଷ୍ଟ)

୩ – ମିଚେଲ୍ ମାର୍ଶ(ଖେଳାଳି)

୪ – ଅଭିଜିତ୍ ସାଲଭି(ଡାକ୍ତର)

୫ – ଆକାଶ ମାଣେ(ସୋସିଆଲ ମିଡିଆ ଟିମ୍)

ଆଇସୋଲେସନର ଷଷ୍ଠ ଏବଂ ସପ୍ତମ ଦିନ ସଭିଙ୍କ ଟେଷ୍ଟ କରାଯିବ। ଏହା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଏପ୍ରିଲ ୧୬ ତାରିଖ ପରଠୁ ଦିଲ୍ଲୀ କ୍ୟାପିଟାଲ୍ସର ସମସ୍ତ ସଦସ୍ୟଙ୍କ ପ୍ରତିଦିନ ଆରଟି ପିସିଆର ଟେଷ୍ଟ କରାଯାଉଛି। ଏପ୍ରିଲ ୧୯ରେ ଚତୁର୍ଥ ରାଉଣ୍ଡ ଟେଷ୍ଟ କରାଯାଇଛି। ଏଥିରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ପୁଣି ଏପ୍ରିଲ ୨୦ ସକାଳେ ପୂରାଦଳର କରୋନା ଟେଷ୍ଟ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com