ଓଡ଼ିଶା

ବାଇକ୍‌ ଉପରେ ଚଢି ପଳାଇଲା ପଥର ବୋଝେଇ ଟ୍ରକ, ଝିଅ ଘରେ ପହଞ୍ଚି ପାରିଲେନି ବାପା

ଢେଙ୍କାନାଳ() ବେଆଇନ ଭାବେ ପଥର ବୋଝେଇ କରି ଯାଉଥିବା ଟ୍ରକ ଏକ ବାଇକ ଉପରେ ମାଡିଯାଇ ପଳାଇଥିବା ଜଣାପଡିଛି । ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକ ବାଇକ ଆରୋହୀ ଜଣଙ୍କ ନରସିଂହପୁର ଅଂଚଳର ଯଦୁମଣି ପ୍ରଧାନ ବୋଲି ଜଣାପଡ଼ିଛି । ଯଦୁମଣି ତାଙ୍କ ଝିଅଘର ସ୍ଥାନୀୟ ମାଣିପୁର ଗ୍ରାମକୁ ଯାଉଥିଲେ । ଏହି ସମୟରେ ମାଣିପୁର ଆଡୁ ଆଠଗଡ଼ ଆଡ଼କୁ ଯାଉଥିବା ଏହି ବେଆଇନ ପଥର ବୋଝେଇ ଟ୍ରକକୁ କିଛି ଯୁବକ ଅଟକାଇବାରୁ ଟ୍ରକ ଡ୍ରାଇଭର ଟ୍ରକ ନେଇ ଦ୍ରୁତ ବେଗରେ ପଳାଇଥିଲେ ।

ଫଳରେ ଦେଓପଡା ଶିବ ମନ୍ଦିର ନିକଟରେ ଡ୍ରାଇଭର ବାଇକ ଉପରେ ଗାଡ଼ି ଚାଢ଼ାଇ ପଳାଇଯାଇଥିବା ଜଣାପଡିଛି । ଯାହାକୁ ନେଇ ଦେଓପଡା ଗ୍ରାମବାସୀଙ୍କ ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ତୁରନ୍ତ ଟ୍ରକକୁ ଧରିବା ଓ ଡ୍ରାଇଭରକୁ ଗିରଫ କରିବା ଦାବିରେ ଦେଓପଡା ଠାରେ ରାସ୍ତାରେ ପଥର ଥୋଇ ଗୋବିନ୍ଦପୁର ଓ ଆଠଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଲୋକେ । ଖବର ପାଇ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ହ୍ରାସ ପାଇଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com