ଓଡ଼ିଶା

ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସମ୍ପାଦକ ରବିନ୍ଦ୍ରନାଥ ଦାସଙ୍କ ପରଲୋକ

ଭୁବନେଶ୍ୱର() ଆରପାରିରେ ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସମ୍ପାଦକ ତଥା ବିଶିଷ୍ଟ ଗାଳ୍ପିକ ରବିନ୍ଦ୍ରନାଥ ଦାସ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ରବିନ୍ଦ୍ରନାଥଙ୍କ ଦେହାନ୍ତ ପରେ ତାଙ୍କ ପରିବାର ବର୍ଗଙ୍କୁ ବିଭିନ୍ନ ମହଲରୁ ସମବେଦନା ଜଣାଯାଇଛି ।

ଖବର ଅନୁଯାୟୀ, ସେ ଜଣେ ଉଚ୍ଚକୋଟୀର ଗାଳ୍ପିକ ଭାବେ ବେଶ୍‌ ଜଣାଶୁଣା ଥିଲେ । ତାଙ୍କ ଲିଖିତ ବିଷର୍ଣ୍ଣ ପୃଥିବା ପାଇଁ ରବିନ୍ଦ୍ରନାଥଙ୍କ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ପୁରସ୍କୃତ କରାଯାଇଛି । ଏହାସହିତ ସେ ତାଙ୍କ ଲମ୍ବା ଜୀବନରେ ଅନେକ ସମ୍ମାନର ହକ୍‌ଦାର ମଧ୍ୟ ହୋଇଛନ୍ତି । ଏପିରିକି ଓଡିଶା ସାହିତ୍ୟ ଏକାଡେମୀର ସେ ସଂପାଦକ ଭାବେ ଦାୟିତ୍ୱ ବହନ କରିଥିଲେ । ତାଙ୍କର କାର୍ଯ୍ୟକାଳ ସମୟରେ ସର୍ବଦା ଓଡିଆ ଭାଷାର ପ୍ରଚାର ପ୍ରସାର ଦିଗରେ କାମ କରିଥିଲେ । ଆଉ ଏବେ ତାଙ୍କ ଦେହାନ୍ତ ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com