ଭଦ୍ରକ() ନ୍ୟାୟ ଦାବିରେ ମନୋରମା । ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ମନୋରମା ମହାନ୍ତି । ସମସ୍ୟାର ସମାଧାନା ନହେବାରୁ ପୁଣି ଥରେ ଧାରଣାରେ ବସିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ଥାନା ଆରୁହା ଗାଁର ମନୋରମା ମହାନ୍ତି ।
ଖବର ଅନୁଯାୟୀ, ପାରିବାରିକ ଜମିବାଡ଼ି ବିବାଦ ପାଇଁ ମନୋରମା ତିହିଡି ଥାନାର ଦ୍ୱାରସ୍ଥ ହୋଇଥିଲେ । ଏମିତି କି ତାଙ୍କୁ ଧମକ ଚମକ ଦିଆଯାଉଥିବା ଅଭିଯୋଗ ମଧ୍ୟ ଆଣିଥିଲେ । ପରେ ଥାନାରେ ସମସ୍ୟାର ସମାଧାନ ନହେବାରୁ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ତାପରେ ବି ତାଙ୍କ ସମସ୍ୟାର କୌଣସି ସମାଧାନ କରିନଥିଲେ । ଶେଷରେ ଏବେ ପୁଣି ଥରେ ଭଦ୍ରକ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।