Uncategorizedଓଡ଼ିଶା

କେବେ ଗିରଫ ହେବେ ସୋନିଆ ତ୍ରିପାଠୀ ?

୩୦ ମାସ ହେଲା ପୋଲିସର ହାତ ଖାଲି... ବେଫିକର ସୋନିଆ ପଦାରେ ବୁଲୁଛି

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ ; ତିନି ତିନୋଟି ଜାମିନ ବିହୀନ ଗିରଫ ପର‌ଓ୍ବାନା ଜାରି, ଦୁଇଟି ଆଗୁଆ ଜାମିନ ଖାରଜ, ଏକାଧିକ ଥାନାରେ ତିନୋଟି ଚାର୍ଜସିଟ୍, ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ସଷ୍ଟ ଆଦେଶ ଏବଂ ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ କମିଶନ ଅପରାଧୀଙ୍କୁ ଗିରଫ କରିବାକୁ ଦେଇଛନ୍ତି ସ୍ପଷ୍ଟ ଆଦେଶ। ହେଲେ ଏସବୁକୁ କମିଶନରେଟ ପୋଲିସ୍ ଫୁ କରିଦେଇଛନ୍ତି। ଆଉ ପରିଣତି ସ୍ବରୂପ ବହୁ ଚର୍ଚ୍ଚିତ ଲୁମେକ୍ସ ମହାଠକେଇର ମୁଖ୍ୟ କାର୍ପେଟଦାର ସୋନିଆ ତ୍ରିପାଠୀ ଖୋଲାଖୋଲି ବୁଲୁଥିଲେ ବି ତାଙ୍କୁ ଗିରଫ କରାଯାଉନାହିଁ।

ଏଠି ପ୍ରଶ୍ନ ଉଠୁଛି ଯେ, ଏହି ମହାଠକେଇ FIR ପଞ୍ଜିକରଣକୁ ୩୦ ମାସ ପୁରିଲାଣି। ଠକେଇର ମୁଖ୍ୟ ଅଭିଯୁକ୍ତ ସୋନିଆଙ୍କ ବିରୋଧରେ ପୋଲିସ ଏବଂ କ୍ରାଇମବ୍ରାଞ୍ଚ୍ ପାଖରେ ଯଥେଷ୍ଟ ପ୍ରମାଣ ଅଛି। ତାହାଲେ କମିଶନରେଟ ପୋଲିସ୍ ସୋନିଆଙ୍କୁ କାହିଁକି ଗିରଫ କରୁନି। ଜଣଙ୍କ ବିରୋଧରେ ଏତେ ଅଧିକ ପ୍ରମାଣ, ମକଦ୍ଦମା, ଚାର୍ଜସିଟ୍ ଆଦି କ’ଣ ଯଥେଷ୍ଟ ହେଉନାହିଁ ? ତା ହେଲେ ପୋଲିସ କେଉଁ ବାଧ୍ୟବାଧ୍ୟକତାର ଶୀକାର ହୋଇଛି ? ତାହେଲେ କ’ଣ ଏହାକୁ ଅପରାଧୀ ଏବଂ ପୋଲିସର ମଧୁଚନ୍ଦ୍ରିକା କୁହାଯିବ ?

ବଡ଼ କଥା ହେଉଛି ଯେ, ପୋଲିସ କହୁଛି ସେମାନେ ସୋନିଆଙ୍କୁ ଖୋଜି ପାଉନାହାନ୍ତି। ମାତ୍ର ସୋନିଆ ଭୁବନେଶ୍ୱର ରାଜରାସ୍ତାରେ ଖୋଲାଖୋଲି ଭାବେ ବେଫିକର ହୋଇ ବୁଲୁଛି। ମୋବାଇଲ ଫୋନ୍ ବ୍ୟବହାର କରୁଛି। କିନ୍ତୁ ପୋଲିସ ଆଶ୍ଚର୍ଯ୍ୟଜନକ ଭାବେ ତାକୁ ପାଉନାହିଁ। ବରଂ ସୋନିଆ ଗିରଫ ନହେବା ଘଟଣା ପୋଲିସର ପାରିଲା ପାଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କିଛି ତଥାକଥିତ ପ୍ରଭାବଶାଳୀ ପୋଲିସ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ସୋନିଆ ଆଇନକୁ ବେଖାତିର କରୁଛି। ତେବେ ସେହି ପ୍ରଭାବଶାଳୀ ପୋଲିସ ଅଧିକାରୀ ଏବଂ ଅଭିଯୁକ୍ତା ସୋନିଆ କ’ଣ ଆଇନ, ଅଦାଲତ ଠାରୁ ଉର୍ଦ୍ଧ୍ବରେ ? ନହେଲେ ୩୦ ମାସ ହେଲା ପୋଲିସର ହାତ କାହିଁକି ଖାଲି ? ଏହି ମହାଠକେଇର ଶୀକାର ହୋଇଥିବା କ୍ଷତିଗ୍ରସ୍ତମାନେ କିଭଳି ନ୍ୟାୟ ପାଇବେ ବଡ଼ ପ୍ରଶ୍ନ ହୋଇଛି। ରାଜ୍ୟରେ ଅପରାଧ ନିୟନ୍ତ୍ରଣ ନେଇ ମୁଖ୍ୟମନ୍ତ୍ରୀ, 5-T ସଚିବ ଯେଉଁ ଶୂନ୍ୟ ସହିଷ୍ଣୁତା ଉପରେ ଗୁରୁତ୍ଵ ଦେଉଛନ୍ତି;  ଅନ୍ତତଃ ପୋଲିସ ସେହିମତେ ତତ୍ପରତା ପ୍ରକାଶ କରି ଅପରାଧୀକୁ ଗିରଫ କରି କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି ହେଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com