ସ୍ୱାସ୍ଥ୍ୟ

ପୁଣି ବଢ଼ିଲା କରୋନା ଗ୍ରାଫ, ୨୪ ଘଣ୍ଟାରେ ମିଳିଲେ ୨ହଜାରରୁ ଅଧିକ ସଂକ୍ରମିତ, କେବଳ ଦିଲ୍ଲୀରେ ୬୩୨

ନୂଆଦିଲ୍ଲୀ() ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବା ଆରମ୍ଭ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଅନୁସାରେ ମଙ୍ଗଳବାର ସାରା ଦେଶରେ ୨ହଜାର ୬୪ଟି ନୂଆ ମାମଲା ଚିହ୍ନଟ ହୋଇଛି। ଦିନକ ପୂର୍ବରୁ ଚିହ୍ନଟ ମାମଲା ସଂଖ୍ୟାଠାରୁ ଏହା ୮୨୦ ଅଧିକ। ଏହା ପୂର୍ବରୁ ଚିହ୍ନଟ ମାମଲା ସଂଖ୍ୟା ୧ ହଜାର ୨ଶହ୪୭ଟି ଥିଲା। ତେବେ ମାତ୍ର ୨୪ ଘଣ୍ଟାରେ ୨ ହଜାର ପାର କରିଯିବା ବାସ୍ତବିକ ଚିନ୍ତାର କାରଣ ପାଲଟିଛି।

ତେବେ ମଙ୍ଗଳବାର ୨୪ ଘଣ୍ଟାରେ କରୋନାରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଏହା ପୂର୍ବ ଦିନ ମୃତ୍ୟୁ ସଂଖ୍ୟା ମାତ୍ର ୧ ଥିଲା। ତେବେ ଅଚାନକ ମୃତ୍ୟୁ ଆରମ୍ଭ ହେବା ଏବେ ଡରାଇବା ଭଳି ପରିସ୍ଥିତି ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ ସୋମବାର ପର୍ଯ୍ୟନ୍ତ ଦେଶରେ ଦୈନିକ ମୋଟ ସଂକ୍ରମଣ ସଂଖ୍ୟା ୧ ହଜାର ପାଖାପଖି ରହୁଥିବା ବେଳେ ମୃତ୍ୟୁ ନଥିଲା। ୨୪ ଘଣ୍ଟାରେ ୪୦ ମୃତ୍ୟୁ ସହଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୨ ହଜାର ୬ରେ ପହଞ୍ଚିଛି। ଦେଶରେ ମୋଟ ଆକ୍ଟିଭ କେସ ସଂଖ୍ୟା ଏବେ ୧୨ ହଜାର ୩୪୦କୁ ପହଞ୍ଚିଯାଇଛି।

ରାଜଧାନୀ ଦିଲ୍ଲୀରେ ଏବେ ଦ୍ରୁତ ସଂକ୍ରମଣ ହେଉଛି। ମଙ୍ଗଳବାର ୨୪ ଘଣ୍ଟାରେ ଦିଲ୍ଲୀରେ ୬୩୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏଥିରେ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ଅଛନ୍ତି । ସେପଟେ ଦେଶରେ କରୋନାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପତ୍ର ଲେଖିଛନ୍ତି। ଏଥିରେ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର ଓ ମିଜୋରାମ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com