ସ୍ୱାସ୍ଥ୍ୟ

ହଂକଂରେ କୋଭିଡ୍‌ର ପଞ୍ଚମ ଲହର, ଲୋକଙ୍କୁ ଆତଯାତ କଲାଣି ଓମିକ୍ରନ !

ନୂଆଦିଲ୍ଲୀ : ମାଡିଲାଣି କରୋନାର ପଞ୍ଚମ ଲହର । ହଂକଂରେ ଆତଙ୍କ ଖେଳାଇଛି ଓମିକ୍ରନ୍ । ମାମଲା ହୁହୁ ହୋଇ ବଢୁଛି । ଗତ ୨୪ ଘଣ୍ଟାରେ ୫୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ଚିନ୍ତା ବଢିଯାଇଛି ।
ସାରା ବିଶ୍ୱରେ କରୋନାର ତୃତୀୟ ଲହର ଥମିବା ଆରମ୍ଭ କରିଛି । ହୁହୁ ହୋଇ ବଢିବା ପରେ ମାମଲା ଏବେ କମିଛି । କିନ୍ତୁ ହଂକଂରେ ଏବେ କରୋନାର ପଞ୍ଚମ ଲହର ଆତଙ୍କ ଖେଳାଇଛି । ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ହସ୍ପିଟାଲରେ ମଧ୍ୟ ଅଧିକ ଆକ୍ରାନ୍ତ ଭର୍ତ୍ତି ହେଉଛନ୍ତି । ବିଭିନ୍ନ ସ୍ଥାନରେ ସରକାର ଅସ୍ଥାୟୀ ଆଇସୋଲେସନ ସେଣ୍ଟର ପ୍ରତିଷ୍ଠା କରିଛନ୍ତି ।
ଟିକାକରଣର ଗତି ଧିମା ପଡିବା ପରେ କରୋନା ମାମଲା ବଢିଥିବା ବିଶେଷଜ୍ଞମାନେ କହୁଛନ୍ତି । ହଂକଂରେ ଅନେକ ବ୍ୟକ୍ତି ଏବେସୁଦ୍ଧା ଗୋଟିଏ ବି ଡୋଜ୍ ନେଇ ନାହାଁନ୍ତି । ମୃତକମାନଙ୍କ ମଧ୍ୟରୁ ଅନେକ ଟିକା ନେଇନଥିବା ଜଣାପଡିଛି ।
ଗତ ୭ ଦିନ ମଧ୍ୟରେ ୩୦୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏପରିକି ଦୁଇରୁ ଦିନ ଦିନ ମଧ୍ୟରେ ପଜଟିଭିଟି ହାର ଦ୍ୱିଗୁଣ ହୋଇଯାଉଛି । ସପ୍ତାହେ ପୂର୍ବରୁ କରୋନାର ୭୫୦୦ ମାମଲା ଆସିଥିଲା । ଯାହା ଏବେ ୫୫ ହଜାରକୁ ବୃଦ୍ଧି ପାଇଛି ।
ଆଗାମୀ ୧୫ ଦିନ ହଂକଂ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଯଦି ମାମଲା ଏପରି ଭାବେ ବୃଦ୍ଧି ପାଏ ତେବେ ଆଗାମୀ ଦିନରେ ସ୍ଥିତି ଆହୁରି ସଙ୍ଗୀନ ହୋଇଯିବ ବୋଲି ଅନୁମାନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com