ସ୍ୱାସ୍ଥ୍ୟ

୩ ବର୍ଷ ପରେ ପୁଣି ଥରେ ଲାଗୁହେଲା ଲକଡାଉନ୍

ପୁଣି ଥରେ ଚୀନର ବୁହାନ ସହରରୁ କିଛି କରୋନା ମାମଲା ସାମ୍ନାକୁ ଆସିଛି । ୨୦ରୁ ୨୫ ମାମଲା ଚିହ୍ନଟ ହେବା ପରେ ବୁହାନ ସହରରେ ଲକଡାଉନ ଲାଗୁ କରାଯାଇଛି । ଗତକାଲି କ୍ରମାଗତ ତୃତୀୟ ଦିନ ପାଇଁ କରୋନାର ୧୦୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଥିଲା । ୨୦୧୯ ଶେଷ ସମୟରେ ସେଠାରେ ସର୍ବପ୍ରଥମେ ଲକଡାଉନ ଲାଗୁ ହୋଇଥିଲା । ଏବେ ୩ ବର୍ଷ ପରେ ପୁଣି ଥରେ ଉକ୍ତ ଅଞ୍ଚଳରେ କଟକଣା ଲାଗୁ କରାଯାଇଛି ।

ବୁହାନର ଉତ୍ତର-ପଶ୍ଚିମ ସହରରେ କରୋନା ମାମଲା ବଢ଼ିବାରେ ଲାଗିଛି । ତେଣୁ ଏହି ସବୁ ଅଞ୍ଚଳଗୁଡ଼ିକୁ ସିଲ୍ କରିଦିଆଯାଇଛି । ଗତ ୧୪ ଦିନରେ ବୁହାନ ସହରରେ ୨୪୦ଟି ମାମଲା ଆସିଛି । ଏକ ଜିଲ୍ଲାର ୮ ଲକ୍ଷ ଲୋକଙ୍କୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ଚୀନର ଚତୁର୍ଥ ବଡ଼ ସହର ଗ୍ୱାଙ୍ଗଝୋ ଓ ତା’ର ରାଜଧାନୀ ଗୁଆଣ୍ଡୋଗର କିଛି ଅଞ୍ଚଳକୁ ମଧ୍ୟ ସିଲ୍ କରି ଦିଆଯାଇଛି । ଏଥିସହିତ ଦେଶର କିଛି କିଛି ବଡ଼ ସହରରେ ମଧ୍ୟ ସରକାର କଠୋର ପଦକ୍ଷେପ ନେଉଛନ୍ତି । ସରକାର କରୋନାକୁ ନେଇ ଜିରୋ କୋଭିଡ୍ ପଲିସୀ ଲାଗୁ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com