ଅନ୍ତର୍ଜାତୀୟସ୍ୱାସ୍ଥ୍ୟ

ମଙ୍କିପକ୍ସକୁ ନେଇ WHOର ସତର୍କ ବାଣୀ , ଏକାଧିକ ସେକ୍ସୁଆଲ ପାର୍ଟନର ନରଖିବାକୁ ପରାମର୍ଶ

ମଙ୍କିପକ୍ସକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏକ ଜରୁରୀ ସୂଚନା ଦେଇଛି। ହୁ’ର ମୁଖ୍ୟ ମଙ୍କିପକ୍ସରୁ ନିଜରକୁ ସୁରକ୍ଷିତ ରଖିବା ପାଇଁ ପୁରୁଷମାନଙ୍କୁ ଏକାଧୀକ ସେକ୍ସୁଆଲ୍‌ ପାର୍ଟନର୍‌  ନରରଖିବାକୁ ପରାମର୍ଶ ଦେଇଛନ୍ତି । ଆମେରିକା ଏବଂ ଆଫ୍ରିକ୍‌ରେ ବିଶେଷ କରି ପୁରୁଷମାନଙ୍କ ଶରୀରରେ ହିଁ ମଙ୍କିପକ୍ସ ଦେଖିବାକୁ ମିଳୁଥିବାରୁ ସେମାନଙ୍କ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ସଚେତନ ବାର୍ତ୍ତା ଜାରି କରିଛି । ବିଶେଷ କରି ସମଲିଙ୍ଗୀ ପୁରୁଷଙ୍କ ଭିତରେ ବେଶି ମଙ୍କିପକ୍ସ ଚିହ୍ନଟ ହେଉଥିବା ପୂର୍ବରୁ ରିପୋର୍ଟରେ ପ୍ରକାଶ ପାଇସାରିଛି। ମାତ୍ର ଏହା କେବଳ ପୁରୁଷଙ୍କ ମଧ୍ୟରେ ସୀମିତ ନୁହେଁ । ଦେଶରେ ୪ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି। ଏହାକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ବି ଜାରି କରି ସାରିଛନ୍ତି। ଆଫ୍ରିକାରୁ ଉତ୍ପନ ହୋଇଥିବା ଏହି ସଂକ୍ରମଣ ପ୍ରଥମେ କିଛି ପ୍ରାଣୀଙ୍କ ଦ୍ବାରା ବ୍ୟାପୁଥିଲା। ଏହା ମଣିଷଙ୍କୁ ବିଶେଷ ପ୍ରଭାବିତ କରୁନଥିଲା । ମାତ୍ର ଚଳିତବର୍ଷ ୧୫ ହଜାର ଲୋକ ମଙ୍କିପକ୍ସ ଦ୍ବାରା ସଂକ୍ରମିତ ହେବା ପରେ ଏହା ଧୀରେ ଧୀରେ ସାରା ବିଶ୍ବର ମୁଣ୍ଡ ବିନ୍ଧା ର କାରଣ ପାଲଟିଛି। ଏକ ସାମ୍ବାଦିକ ସମ୍ମିଳନୀରେ ହୁ’ର ମଙ୍କିପକ୍ସ ବିଶାରଦ ଡ. ରୋଜାମଣ୍ଡ ଲୁଇସ କହିଛନ୍ତି କି କାହାରି ମୁଣ୍ଡରେ କଳଙ୍କ ବୋଳିବା ଦ୍ବାରା ଆମେ ଅସଲ ରୋଗ ବିରୋଧରେ ଲଢ଼େଇ କରିପାରିବା ନାହିଁ। କାରଣ ମଙ୍କିପକ୍ସ କେବଳ ସମଲିଙ୍ଗୀ ପୁରୁଷଙ୍କୁ ନୁହେଁ, ଅନ୍ୟମାନଙ୍କୁ ବି ହେଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com