Breaking NewsFeaturedଅନ୍ତର୍ଜାତୀୟଭାଇରାଲ୍ ଭିଡିଓ

ସ୍ପାଇଡର ମ୍ୟାନଙ୍କ ଝିଅ ! ଭାଇରାଲ ହେଉଛି ଭିଡିଓ…

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସାଧାରଣତଃ ସୁପରମ୍ୟାନ ବା ସୁପରଓମେନ କଥା କହିଲେ ହଲିଉଡର ଅନେକ ଆକ୍ସନ ମୁଭି ଆପଣଙ୍କ ମନରେ ଉଙ୍କି ମାରିବ । ସିନେମାରେ କେମିତି ସୁପରମ୍ୟାନ ବା ସୁପରଓମେନ ଲୋକଙ୍କ ଜୀବନ ବଞ୍ଚେଇ ବା ସହ କେମିତି ଉଡି ଉଡି ଶତ୍ରୁଙ୍କ ସହ ଫାଇଟିଂ କରୁଥିବାର । ତ ଆଉ କେତେବେଳେ ଶୂନ୍ୟେ ଶୂନ୍ୟେ କାନ୍ଥ କିମ୍ବା ଘର ଗୁଡିକରେ ଚଢିଯିବାର । ଯଦି ଆମେ ଆପଣଙ୍କୁ କହିବୁ ଏମିତି ଜଣେ କୁନି ଝିଅ ଅଛନ୍ତି ଯାହାଙ୍କ ପାଖରେ ରହିଛି ସୁପର ପାୱାର । ବିଶ୍ୱାସ ହେଉନି ନା ।

ହଁ ଆଜ୍ଞା ଭିଡିଓଟିକୁ ନିଜେ ନଦେଖିବେ ସେ ପର୍ଯ୍ୟନ୍ତ ବିଶ୍ୱାସ ବା ଆସିବ କେମିତି । ଏହି ଭିଡିଓ ଉପରେ ଟିକେ ଭଲ ଭାବେ ନଜର ପକାନ୍ତୁ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଜଣେ କୁନି ଝିଅର । ଏହି ଭିଡିଓରେ କୁନି ଝିଏଟି ଭିଡିଓରେ ଯେଭଳି ଷ୍ଟଣ୍ଟ କରୁଛି ଲେକେ ତାକୁ ସ୍ପାଇଡର ମ୍ୟାନ ସହ ତୁଳନା କରୁଛନ୍ତି । କାରଣ ଆମେ ସମସ୍ତେ ଜାଣିଛେ ସାଧାରଣତଃ ପିଲାମାନେ ସ୍ପାଇଡରମ୍ୟାନର ଫ୍ୟାନ ହୋଇଥାନ୍ତି ଏବଂ ତାକୁ ଫଲୋ କରିବାକୁ ଚେଷ୍ଟା କରିଥାନ୍ତି । ତେବେ ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଝିଅଟି କେମିତି ସ୍ପାଇଡର ମ୍ୟାନ ଭଳି କାନ୍ଥ ଉପରକୁ ଚଢି ଯାଉଛି । ସେ େତେ ଶୀଘ୍ର ଶୀଘ୍ର ଚଢୁଛି ଯେ ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ଦେଖିପାରୁଥିବେ କିନି ଝିଅ ଜଣକ ଦୁଇଟି ସଂକୀର୍ଣ୍ଣ କାନ୍ଥ ମଝିରେ ଠିଆ ହୋଇଛନ୍ତି । ଆଉ ଠିଆ ଠିଆ ଆଖି ପିଛୁଳାକେ ଉପରକୁ ଉଠି କାନ୍ଥରେ ଚଢି ଯାଉଛନ୍ତି । ଖାଲି ଚଢୁ ନାହାନ୍ତି ତ ଛାତ ପାଖାପାଖି ଯାଇ ସେ ଅତି ସହଜ ଭାବେ ତଳକୁ ଖସି ଆସୁଛନ୍ତି । କୁନି ଝିଅର ଏହି ଷ୍ଟଣ୍ଡ ଦେଖି ଆପଣ ବି ଟେରା ହେଇଯିବେ । ଏହି ଭିଡିଓଟି ସୋସିଆଲ ମିଡିଆରେ ପ୍ଲାଟଫର୍ମ ଇଷ୍ଟାଗ୍ରାମରେ ସେୟାର କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ପାଖାପାଖି ଦୁଇ ଲକ୍ଷ ଲୋକ ଲୋଇକ କରିଛନ୍ତି । ସେହିପରି ଅନେକ ୟୁଜର୍ସ ଏହି ଭିଡିଓ ଉପରେ କମେଣ୍ଟ କରି କୁନି ଝିଅର ଏଭଳି ପ୍ରତିଭାକୁ ପ୍ରଶଂସା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com