ଜାତୀୟ

ସୁରକ୍ଷାବାହୀନି ଗୁଳିରେ ୩ ପାକିସ୍ତାନୀ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ :ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ୩ ପାକିସ୍ତାନୀ ଆତଙ୍କବାଦୀ ନିହତ। ବାରାମୂଳାର ନଜିଭାତ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ରିପୋର୍ଟ ମିଳିଥିଲା । ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ କମ୍ବିଂ ଅପରେସନରେ ଆତଙ୍କବାଦୀଙ୍କୁ ମରାଯାଇଥିଲା । ତେବେ ଏନକାଉଣ୍ଟର ବେଳେ ଜଣେ ଯବାନ ମଧ୍ୟ ସହିଦ ହୋଇଥିବା ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି । ଏନକାଉଣ୍ଟର ପୂର୍ବ ରାତିରେ କୁଲଗାମ ଜିଲ୍ଲାର ଏକ ପୋଲିସ ଷ୍ଟେସନ ଉପରେ ଆତଙ୍କବାଦୀମାନେ ଗ୍ରେନେଡ୍ ମାଡ କରିଥିଲେ । ଏଥିରେ ୩ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com