ଓଡ଼ିଶା

ଘରେ ପଶି ଅସଦାଚରଣ କରୁଥିଲେ, ବିରୋଧ କରିବାରୁ ବିଧବା ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ନୟାଗଡ଼() ଘରେ ପଶି ବିଧବା ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ବାଣିଗୋଛା ଥାନା ଜୁରାଗଣ୍ଡା ଗାଁରେ । ଅଭିଯୁକ୍ତ ଦହନ ଜାନୀକୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ । ଅସଦାଚରଣ କରୁଥିବା ନେଇ ଗ୍ରାମରେ ଅଭିଯୋଗ କରିବାରୁ ହତ୍ୟା ।

ଖବର ଅନୁଯାୟୀ,  ଗତ କିଛି ଦିନ ତଳେ ଦହନ ବିଧବା ମହିଳା ବିମଳିଙ୍କୁ ତାଙ୍କ ଘରେ ପଶି ଅସଦାଚରଣ କରିଥିଲା । ବିମଳି ଏହାର ବିଚାର କରିବାକୁ ଗାଁରେ ଅଭିଯୋଗ କରିଥିଲେ । ଆଜି ଏହି ଘଟଣାର ବିଚାର ପାଇଁ ଗାଁରେ ନିଷ୍ପତି ହୋଇଥିଲା । କିନ୍ତୁ  ରବିବାର ବିଳମ୍ବିତ ରାତିରେ ବିମଳି ଶୋଇଥିବା ସମୟରେ ଦହନ ଘରେ ପଶି ତାଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବିମଳିଙ୍କ ମୃତ୍ୟୁ ହୋଇଥିଲା । ପାଟିତୁଣ୍ଡ ଶୁଣି ଗ୍ରାମବାସୀ ଦହନକୁ ଧରି ପୋଲିସ ଜିମା ଦେଇଛନ୍ତି । ବାଣିଗୋଛା ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହିପରି ଅଭିଯୁକ୍ତ ଦହନ ବିଭିନ୍ନ ସମୟରେ ଗାଁ ଏବଂ ଆଖପାଖ ଗାଁର ଝିଅବୋହୁଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇଆସୁଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com