ଓଡ଼ିଶା

ସୁଦୃଢ଼ ହେବ ଆଇନଶୃଙ୍ଖଳା, ୧୯୬ ପୋଲିସ ପଦବିକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର() ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୧୯୬ଟି ପଦବିକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ । ୨୮ଟି ସବଇନ୍ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବି ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ ସବଇନ୍ସପେକ୍ଟର ଓ ୧୬୮ କନେଷ୍ଟବଳ ପଦବି ମଞ୍ଜୁର କରିଛନ୍ତି । ପୋଲିସ ବିଭାଗର ଅନ୍ୟାନ୍ୟ ପଦବି ଗୁଡିକର ପୁନଃବଣ୍ଟନ ଦ୍ବାରା ଏହି ପଦବି ଗୁଡିକ ସୃଷ୍ଟି କରାଯାଇଛି । ଏହାଦ୍ବାରା ସମୁଦାୟ ୧୯୬ଟି ନୂତନ ପଦବି ସୃଷ୍ଟି ହୋଇଛି । ଏହି ନୂତନ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟରେ ନିଯୁକ୍ତ ହେବେ ।

ପ୍ରତ୍ୟେକ ଆଉଟପୋଷ୍ଟରେ ଜଣେ ଲେଖାଏଁ ସବଇନ୍ସପେକ୍ଟର ଓ ୬ ଜଣ ଲେଖାଏଁ କନେଷ୍ଟବଳ ନିୟୋଜିତ ହେବେ । ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି ବିଭିନ୍ନ ଅପରାଧିକ ଅନୁସନ୍ଧାନ କ୍ଷେତ୍ରରେ ସେମାନେ ଦାୟିତ୍ବ ନିର୍ବାହ କରିବେ । ଏହାଦ୍ବାରା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବାସ୍ଥା ଅଧିକ ଦୃଢ଼ ହୋଇପାରିବ । ଏହି ନୂତନ ପଦବି ଗୁଡିକ ରାଜ୍ୟ ସରକାରଙ୍କ ORV Act ସମେତ ନିଯୁକ୍ତି ନିୟମାବଳୀର ସମସ୍ତ ବ୍ୟବସ୍ଥା ଅନୁଯାୟୀ ପୂରଣ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com