ଜାତୀୟ

ମାଲାବାର ଗୋଲ୍ଡ ବିରୋଧରେ ଟ୍ୱିଟରରେ ସଂଗ୍ରାମ, ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ ହେଉଛି #NoBindi…#NoBusiness

ମୁମ୍ୱାଇ () ବିଜ୍ଞାପନ ଗୋଟିଏ ଏମିତି ଜିନିଷ ଯାହା ଲୋକଙ୍କୁ ଅଜଣା କଥା ଜଣାଇଥାଏ । ସେ ଟିଭି ଆଡ ହେଉ ଅବା ମୋବାଇଲରେ । ସବୁକିଛି ଚଟାପଟ୍ ଜାଣିହେଇଯାଏ । ହେଲେ ଗତ କିଛି ଦେନ ହେବ ଅନେକ ବ୍ରାଣ୍ଡ ସୋସିଆଲ୍ ମିଡିଆରେ ବିରୋଧର ଶିକାର ହେଉଛି । ନିକଟରେ ହୁଣ୍ଡାଇ, କିୟା ମୋଟର୍ସ ଏବଂ ଟାଟା ଗ୍ରୁପ୍‌ର ତନିସ୍କ ବିଜ୍ଞାପନକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ଏବେ ଏମିତି ବିବାଦର ଶିକାର ହୋଇଛି ମାଲବାର୍ ଗୋଲ୍ଡ ।

ବିଜ୍ଞାପନକୁ ନେଇ ତେଜିଛି ବିରୋଧର ସ୍ୱର । ନିକଟରେ ମାଲବାର୍‌ର ରିଲିଜ୍ ହୋଇଥିବା ଏକ ବିଜ୍ଞାପନକୁ ନେଇ ଲୋକମାନେ ସୋସିଆଲ୍ ମିଡିଆରେ ଜାହିର କରିଛନ୍ତି ଅସନ୍ତୋଷ । ନୋ ବିନ୍ଦି ନୋ ବିଜନେସ୍‌ ନାମରେ ହାଚ୍‌ଟ୍ୟାଗ୍ ଟ୍ଵିଟରରେ ଏବେ ଜୋରରେ ଟ୍ରେଣ୍ଡ୍ କରୁଛି । ସୂଚନା ଅନୁଯାୟୀ, ଅକ୍ଷୟ ତୃତୀୟା ଲାଗି ମାଲାବାର୍ ଗୋଲ୍ଡ ତରଫରୁ ବିଜ୍ଞାପନ ଜାରି ହୋଇଥିଲା ।

ବିଜ୍ଞାପନର ଜରିଆରେ ନଜର ଆସିଥିଲେ ବଲିଉଡ ଅଭିନେତ୍ରୀ କରୀନା କପୁର । ତେବେ କରୀନା ଏହି ବିଜ୍ଞାପନରେ ବିନା ବିନ୍ଦିରେ ନଜର ଆସିଥିଲେ । ଯାହାକୁ ନେଇ ସୋସିଆଲ୍ ମିଡିଆ ୟୁଜରମାନେ ମାଲାବାର୍‌କୁ ଖୁବ୍ ସମାଲୋଚନା କରିଛନ୍ତି। ୟୁଜରମାନେ କହିଛନ୍ତି ଯେ, ଅକ୍ଷୟ ତୃତୀୟା ଏକ ହିନ୍ଦୁ ପର୍ବ । ଏହି ପବିତ୍ର ଦିନରେ ଲୋକମାନେ ସୁନାଗହଣା କିଣିଥାନ୍ତି ।

କିନ୍ତୁ ହିନ୍ଦୁଙ୍କ ଏହି ଉତ୍ସବରେ ବିଜ୍ଞାପନ କରୁଥିବା କରୀନା କପୁର କାହିଁକି ବିନ୍ଦି ପିନ୍ଧି ନାହାଁନ୍ତି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ବିଜ୍ଞାପନକୁ ନେଇ ବହୁ ୟୁଜର #Boycott_MalabarGold ଏବଂ #No_Bindi_No_Business ଲେଖି ଟ୍ଵିଟରରେ ପୋଷ୍ଟ କରିଛନ୍ତି । କେହି କେହି କହିଛନ୍ତି ଭାରତୀୟ ମହିଳାଙ୍କ ପାରମ୍ପରିକ ଆଭୂଷଣରେ ବିନ୍ଦି ଅପରିହାର୍ଯ୍ୟ ।

ଏଭଳି କରି ହିନ୍ଦୁ ପରମ୍ପରାକର ଉପହାସ କରାଯାଉଛି । ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ହିନ୍ଦୁଙ୍କ ପାଇଁ ବିନ୍ଦି କେବଳ ଏକ ନାଲି ବିନ୍ଦି ନୁହେଁ । ଯଦି ମାଲବାର ଗୋଲ୍ଡ ଭଳି ବ୍ରାଣ୍ଡ ଏହାକୁ ବୁଝିପାରୁ ନାହିଁ, ତେବେ ଏବେ ସମୟ ଆସିଛି ହିନ୍ଦୁମାନେ ଏହାର ଜବାବ ଦିଅନ୍ତୁ ।

Related Articles

Back to top button
WP Twitter Auto Publish Powered By : XYZScripts.com