ଶ୍ରୀନଗର() ପୁଲୱାମାର ପାହୁ ଅଞ୍ଚଳରେ ରବିବାର ଦ୍ୱିପ୍ରହରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି। ଏଥିରେ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଲୁଚି ରହିଥିବା ଅନ୍ୟ ଆତଙ୍କବାଦୀମାନଙ୍କୁ ଏବେ ସୁରକ୍ଷାକର୍ମୀମାନ ଖୋଜୁଛନ୍ତି। ସୁରକ୍ଷାକର୍ମୀମାନେ ତାଙ୍କୁ ଚାରିପଟୁ ଘେରି ରହିଛନ୍ତି। ଉଭୟ ପକ୍ଷରୁ ଆକ୍ରମଣ ଜାରି ରହିଛି । ସୁରକ୍ଷାକର୍ମୀମାନେ ସତର୍କତାର ସହିତ ଆତଙ୍କବାଦୀମାନଙ୍କୁ ମୁହଁତୋଡ଼ ଜବାବ ଦେଉଛନ୍ତି । କାଶ୍ନୀର ଆଇଜିପି ବିଜୟ କୁମାର କହିଛନ୍ତି ପୁଲୱାମାରେ ଲସ୍କର-ଇ-ତୋଏବାର ତିନିଜଣ ଆତଙ୍କବାଦୀଙ୍କ ସହିତ ସଂଘର୍ଷ ଜାରି ରହିଛି।
ଏହାପୂର୍ବରୁ ଦକ୍ଷିଣ କାଶ୍ମୀର୍ର କୁଲଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ସୁରକ୍ଷାକର୍ମମାନେ ଜୈସ-ଏ-ମହମ୍ମଦର ଦୁଇଜଣ ଆତଙ୍କବାଦୀଙ୍କୁ ମାରିଦେଇଥିଲ। ଗତ ୩ ଦିନ ମଧ୍ୟରେ ଘାଟିରେ ହୋଇଥିବା ବିଭିନ୍ନ ସଂଘର୍ଷରେ ମୋଟ ୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସଂଘର୍ଷ ହୋଇଥିବା ସ୍ଥାନରୁ ୨ଟି ଏକେ-୪୭ ରାଇଫଲ, ୭ଟି ମେଗାଜିନ ବୋମା ଓ ୯ଟି ଗ୍ରେନେଡ ଜବତ କରାଯାଇଛି।
ପୋଲିସ କହିଛି ପୁଲୱାମା ଜିଲ୍ଲାର ମିରହାମ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀମାନେ ସେହି ଅଞ୍ଚଳକୁ ସିଲ୍ କରି ସେଠାରେ ସର୍ଚ୍ଚ ଅପରେନ ଜାରି ରଖିଥିଲେ। ସର୍ଚ୍ଚ ଅପରେସନ କଡ଼ାକଡ଼ି ହେବା ଦେଖି ଆତଙ୍କବାଦୀମାନେ ଗୁଳି କରିବା ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀମାନେ ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ ସୂଯୋଗ ଦେଇଥିଲେ। ସୁରକ୍ଷାକର୍ମୀମାନେ ବାରମ୍ୱାର ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କହିବା ପରେ ମଧ୍ୟ ସେମାନେ ଗୁଳିକରିବା ଜାରି ରଖିଥିଲେ। ଶେଷରେ ସୁରକ୍ଷାକର୍ମୀଙ୍କ ପ୍ରତିଆକ୍ରମଣରେ ସମସ୍ତ ଆତଙ୍କବାଦୀ ନିପାତ ହୋଇଥିଲେ।