ଜାତୀୟମନୋରଞ୍ଜନ

ଗ୍ଲାମର ଦୁନିଆରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି ସାରା ତେନ୍ଦୁଲକର, ଖୁବ୍‌ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ୍‌

ମୁମ୍ବାଇ()  କ୍ରିକେଟ୍ ଦୁନିଆର ଭଗବାନ ସଚିନ ତେନ୍ଦୁଲକର। ବର୍ତ୍ତମାନ ସାରା ତେନ୍ଦୁଲକର ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି ବୃତ୍ତିଗତ କାରଣକୁ ନେଇ ଲାଇମ୍‌ ଲାଇଟ୍‌ରେ ରୁହନ୍ତି। ସାରା ଷ୍ଟାରକିଡ୍‌ ମାନଙ୍କ ମଧ୍ୟରୁ ଅନ୍ୟତମ। ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ନଦେଇ ମଧ୍ୟ କୋଣସି ଅଭିନେତ୍ରୀମାନଙ୍କ ଠାରୁ କମ୍‌ ନୁହନ୍ତି। ଯେତେବେଳେ ବି ସାରା ନଜରରେ ଆସନ୍ତି । ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୁଏ। ବର୍ତ୍ତମାନ ସାରାକୁ ନେଇ ଆସିଛି ନୂଆ ଖବର। ଯେଉଁଥି ପାଇଁ ତାଙ୍କ ଫ୍ୟାନ୍ସମାନେ ଖୁସି ଅଛନ୍ତି ।

 

View this post on Instagram

 

A post shared by Sara Tendulkar (@saratendulkar)

ଏଭଳି ପରିସ୍ଥିତିରେ ମିଡିଆ ରିପୋର୍ଟ ଅନୁଯାୟୀ ଶୁଣିବାକୁ ମିଳିଛି କି ସାରା ଅଭିନୟ ଜଗତରେ କ୍ୟାରିୟର କରିବାକୁ ଆଗ୍ରହୀ ଅଛନ୍ତି। କୁହାଯାଉଛି କି ସାରା ଖୁବ୍‌ ଶୀଘ୍ର ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇ ପାରନ୍ତି । ତାଙ୍କର ଅଭିନୟ ପ୍ରତି ମଧ୍ୟ ଆଗ୍ରହ ରହିଛି । ଏଥିପାଇଁ ସେ ଅଭିନୟ ମଧ୍ୟ ଶିଖୁଛନ୍ତି । ବର୍ତ୍ତମାନ କିଛି ବ୍ରାଣ୍ଡ୍‌ର କିଛି ବିଜ୍ଞାପନ ମଧ୍ୟ କରୁଛନ୍ତି। ସାରା ଲଣ୍ଡନ ବିଶ୍ୱବିଦ୍ୟାଳୟରେ ମେଡିସିନ୍ ରେ ପାଠପଢା ସମାପ୍ତ କରିଛନ୍ତି। ସାରା ଜଣେ ମଡେଲ୍‌ ମଧ୍ୟ ଅଟନ୍ତି। ଯାହାର ଫଟୋ ଭିଡିଓ ସେୟାର କରନ୍ତି। ହେଲେ ବର୍ତ୍ତମାନ ସାରା ତେନ୍ଦୁଲକର ଗ୍ଲାମର ଦୁନିଆରେ କ୍ୟାରିୟର କରିବାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେଉଛନ୍ତି।

ଅନ୍ୟପଟେ ସାରା ସୋସିଆଲ୍‌ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୧.୮ ମିଲିୟନ୍ ଫଲୋର୍ସ ରହିଛି । ସେ ତାଙ୍କ ପ୍ରଶଂସକଙ୍କ ପାଇଁ କିଛି ନା କିଛି ଫଟୋ କିମ୍ବା ଭିଡିଓ ସେୟାର କରିଥାନ୍ତି । ସାରା ପିଲା ଦିନରୁ ବାପା-ମାଆଙ୍କ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ସମର୍ଥନ କରନ୍ତି ।  ହେଲେ ଏହି ସବୁ ଖବରରୁ ଜଣାପଡୁଛି କି ସାରା ଖୁବ୍‌ ଶୀଘ୍ର ତାଙ୍କ ଫ୍ୟାନ୍ସଙ୍କୁ ସରପ୍ରାଇଜ୍‌ ଦେଇପାରନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com