ଅନ୍ତର୍ଜାତୀୟଜାତୀୟ

ପାକିସ୍ତାନ: କରାଚୀ ବିଶ୍ୱବିଦ୍ୟାଳୟରେ ଧମାକା, ୫ ଜଣଙ୍କର ମୃତ୍ୟୁ

କରାଚୀ() ପାକିସ୍ତାନର କରାଚୀ ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ହୋଇଛି ।  ଏହା ସହିତ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ପାକିସ୍ତାନର ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ଏହି ବିସ୍ଫୋରଣ ବିଶ୍ୱବିଦ୍ୟାଳୟର କନଫ୍ୟୁଶିୟମ ସଂସ୍ଥାନ ନିକଟରେ ଘଟିଛି । ଭ୍ୟାନରେ ନିଆଁ ଲାଗିଯାଇଛି ।

ପାକିସ୍ତାନ ମିଡିଆ ରିପୋର୍ଟରେ କରାଚୀ ୟୁନିଭର୍ସିଟିର କନଫ୍ୟୁଶିୟମ୍‌ ସଂସ୍ଥାନ ନିକଟରେ ଏକ ଭ୍ୟାନରେ ହୋଇଥିବା ଧମାକାରେ ୫ ଜଣଙ୍କର ଜୀବନ ଯାଇଛି ।

କରାଚୀ ୟୁନିଭର୍ସିଟି କ୍ୟାମ୍ପସରେ ନିଆଁ ଲାଗିଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ଏକ ଧଳା ରଙ୍ଗର ଭ୍ୟାନରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଛି ।  ଭ୍ୟାନରେ ନିଆଁ ଲାଗିଥିବାବେଳେ ଆଖପାଖ ବିଲଡିଙ୍ଗ ଝରକାରେ ନିଆଁ ଲାଗି ଯାଇଥିଲା ।

ସ୍ଥାନୀୟ ପୋଲିସର କହିବା ହେଉଛି, ଭ୍ୟାନରେ ପ୍ରାକୃତିକ କାରଣରୁ ନିଆଁ ଲାଗିଛି । କିନ୍ତୁ ବିସ୍ଫୋରଣର ଶବ୍ଦ ଖୁବ୍‌ ଅଧିକ ଥିଲା । ଏଥିପାଇଁ ବିସ୍ଫୋରକ ନିରୋଧକ ଟିମ୍‌ ସେଠାରେ ତୁରନ୍ତ ପହଞ୍ଚିଥିଲେ । କିନ୍ତୁ ଏ ସବୁ ପ୍ରାକୃତିକ କାରଣରୁ ହୋଇଥିବା କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com