ଓଡ଼ିଶା

ଗ୍ରୀଷ୍ମ ପ୍ରବାହକୁ ନେଇ ବଦଳିଲା ପରୀକ୍ଷା ସମୟ, ଏଥର ସକାଳୁଆ ହେବ ମାଟ୍ରିକ୍ ପରୀକ୍ଷା

() ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଚଳିତ ଥର କେବଳ ଗୋଟିଏ ବେଳା ହେବ ମାଟ୍ରିକ୍ ପରୀକ୍ଷା । ଏପ୍ରିଲ 29 ରୁ ମେ 6 ପର୍ଯ୍ୟନ୍ତ ହେବାକୁ ଥିବା ବୋର୍ଡ ପରୀକ୍ଷାର ସମୟ ପରିବର୍ତ୍ତନ ହୋଇଛି । ଦ୍ବିତୀୟ ସିଟିଂରେ ଥିବା ସବୁ ପରୀକ୍ଷା ପ୍ରଥମ ସିଟିଂରେ ହେବ । ମଧ୍ୟମାର କିଛି ପରୀକ୍ଷା ପ୍ରଥମ ସିଟିଂରେ ହେବ । ପରୀକ୍ଷା ସମୟରେ ଜିଲ୍ଲା ଶିକ୍ଷାଧିକାରୀ ମାନେ ସତର୍କ ଓ ସଜାଗ ରହିବାକୁ କୁହାଯାଇଛି । ପର୍ଯ୍ୟାପ୍ତ ପରିମାଣର ପାଣି, ଓଆରଏସ୍ ଆଦି ମହଜୁଦ୍ ରଖିବା ସହ ପରୀକ୍ଷା କେନ୍ଦ୍ରରେ କେହି ବି ମୋବାଇଲ ଫୋନ ବ୍ୟବହାର କରିବେନି । ରାଜ୍ୟରେ ମୋଟ 3540ଟି ପରୀକ୍ଷା କେନ୍ଦ୍ର ପରିଚାଳନା ପାଇଁ 35 ହଜାର ଶିକ୍ଷକ ନିଯୁକ୍ତ ହେବେ ।

ନୋଡାଲ ସେଣ୍ଟର ଗୁଡିକରେ 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବା ସହ 65 ଫ୍ଲାଇଂ ସ୍କ୍ବାଡ୍ ନିଯୁକ୍ତି ଦିଆଯାଇଛି । ସମସ୍ତ ସ୍କ୍ବାଡ୍ ଟିମକୁ 4 ଭାଗରେ ବିଭକ୍ତ କରାଯାଇଛି । ପରୀକ୍ଷା କେନ୍ଦ୍ରର ସମସ୍ତ ରିପୋର୍ଟ ଅନଲାଇନରେ ପଠେଇବାକୁ ନିର୍ଦ୍ଦେଶ ରହିଛି । ପରୀକ୍ଷା ସରିବାର 1 ରୁ 2 ଘଣ୍ଟା ମଧ୍ୟରେ ଉତ୍ତର ଖାତା ପଠାଯିବ । ସକାଳ 7ଟାରେ ପରୀକ୍ଷା କେନ୍ଦ୍ରର ଗେଟ୍ ଖୋଲା ଯିବା ପରେ ସକାଳ 8 ଟାରୁ 10ଟା ପର୍ଯ୍ୟନ୍ତ ପରୀକ୍ଷା ହେବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com